କନ୍ଧମାଳରେ ପ୍ରେମ, କେରଳରେ ହତ୍ୟା, କୋଟଗଡରୁ ବନ୍ଧା ହେଲା ଅଭିଯୁକ୍ତ

ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଦୁହେଁ କାମଧନ୍ଦା ଲାଗି ସୁଦୂର କେରଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେମାନେ କାମ ଧନ୍ଦା କରିବା ସହ ହସଖୁସିରେ ଦୁହେଁ ରହି ଆସୁଥିଲେ ।

ରିତିକା ସାହୁ ଓ ସାମୁଏଲ ବଡ଼ ମାଝୀ।

  • Published: Wednesday, 10 April 2024
  • , Updated: 10 April 2024, 12:38 PM IST

କନ୍ଧମାଳରେ ପ୍ରେମ । କେରଳରେ ହତ୍ୟା ଆଉ କୋଟଗଡରୁ ଧରା ପଡିଲା ଅଭିଯୁକ୍ତ ପ୍ରେମିକ । ଏଭଳି ଏକ ନୃଶଂସ ହତ୍ୟା ଘଟଣାର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି ।

ଅଭିଯୁକ୍ତ ପ୍ରେମିକ ଜଣକ ହେଉଛନ୍ତି ସାମୁଏଲ ବଡ଼ ମାଝୀ ! ଘର ତାର କୋଟଗଡ ଥାନା ରାଙ୍ଗାପାଙ୍ଗା ଗାଁରେ ବୋଲି ଜଣାପଡିଛି ।  ହତ୍ୟାର ଶିକାର ହୋଇଥିବା ପ୍ରେମିକା ଜଣକ ହେଉଛନ୍ତି ଚାଞ୍ଚେଡ଼ି ଗ୍ରାମର ରିତିକା ସାହୁ ।

ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଦୁହେଁ କାମଧନ୍ଦା ଲାଗି ସୁଦୂର କେରଳକୁ ଦାଦନ ଖଟିବାକୁ ଯାଇଥିଲେ ।  ସେଠାରେ ସେମାନେ କାମ ଧନ୍ଦା କରିବା ସହ ହସଖୁସିରେ ଦୁହେଁ ରହି ଆସୁଥିଲେ । ହେଲେ ରିତିକା ସାହୁ ଅନ୍ୟ କାହା ସହିତ ଫୋନରେ ଅଧିକ କଥାବାର୍ତ୍ତା ହେଉଥିବାରୁ ଦୁହିଁଙ୍କ ମଧ୍ୟରେ ପାଟି ତୁଣ୍ଡ ହେଉଥିଲେ ।

 ଏହି ଘଟଣାକୁ ନେଇ  ସାମୁଏଲ ବଡ଼ ମାଝୀ ଗତ ୨ ତାରିଖରେ ପ୍ରେମିକା ରିତିକାକୁ ଏକ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି କନ୍ଧମାଳକୁ ଫେରିଆସିଥିଲା। ସେଠାରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ରିତିକାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ତାର ମୃତ୍ୟୁ ଘଟିଥିଲା ।

 ଘଟଣା ସମ୍ପର୍କରେ ଜାଣି ପାରି ପରିବାର ଲୋକେ କେରଳ ଯାଇ ସ୍ଥାନୀୟ ଥାନାରେ ଅଭିଯୁକ୍ତ ସାମୁଏଲ ବିରୋଧରେ ଅଭିଯୋଗ କରିଥିଲେ ! କେରଳ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମିକ ସାମୁଏଲ  ବଡ଼ ମାଝୀକୁ ଧରିବା ପାଇଁ କନ୍ଧମାଳ ଆସିଥିଲା ! ଆଉ କୋଟଗଡ ପୁଲିସ ସହାୟତାରେ କେରଳ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କେରଳ ନେଇ ପଳାଇଥିବା ଜଣାଯାଇଛି।

Related story