ନାଟ୍ୟ କଳାକାରଙ୍କୁ ମାରି ବର ଗଛରେ ଝୁଲାଇ ଦେଲେ। ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଗାଁରେ। ମୃତ ଯୁବକ ଜଣଙ୍କ ହେଲେ କୁର୍ଲୁଭଟା ଗ୍ରାମର ଝଜ ସା( ୩୫)।
ଗତକାଲି ଦଶପୁର ଗାଁରେ ନାଟକ ମଞ୍ଚସ୍ଥ ହେବାର ଥିଲା। ଏଥିପାଇଁ ଝଜ ନିଜ ଟିମ୍ ସହ ନାଟକ ପରିବେଷଣ କରିବା ପାଇଁ ଦଶପୁର ଗାଁକୁ ଆସିଥିଲେ। ହେଲେ ଗାଁରେ ନାଟକ ପରିବେଷଣ ବେଳେ ତାଙ୍କର ଦେଖା ନଥିଲା। ପରେ ସକାଳେ ଏକ ବର ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।
Also Read
ଝଜଙ୍କ କିପରି ମୃତ୍ୟୁ ଘଟିଲା, ତାହାର କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଝଜ ଆତ୍ମହତ୍ୟା କରିଛନ୍ତି ନା, ତାଙ୍କୁ କିଏ ହତ୍ୟା କରି ଗଛରେ ଝୁଲାଇ ଦେଇଛି ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଝଜ ଦଶପୁର ଗାଁରେ ବିବାହ କରିଥିଲେ। ଗତ ୫ବର୍ଷ ତଳେ ତାଙ୍କର ଛାଡପତ୍ର ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ମଣ୍ଡିରେ ଅନିୟମିତତା: ୨ ଅଧିକାରୀ ନିଲମ୍ବିତ
ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ୱରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା।

Crime
ନର୍କ ଯନ୍ତ୍ରଣାରୁ କେମିତି ମୁକୁଳିଲେ ନାବାଳିକା? ଫଟୋରୁ ଫିଟିଲା ଗୁମର
ଏକାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ଅପହରଣ କରି ନିଆଯିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଏପଟେ ଝିଅକୁ ନ ପାଇ ପରିବାର ଲୋକ ପୁଲିସ୍ର ଦ୍ୱାରସ୍ଥ ହେବାରେ ଲାଗିଥିଲେ।

Crime
ରାଗିଂର ଭୟଙ୍କର ଚିତ୍ର: ଗୁପ୍ତାଙ୍ଗରେ ଝୁଲାଉଥିଲେ ଡମ୍ବେଲ୍ସ, ଉଲଗ୍ନ କରି ମାରୁଥିଲେ ମାଡ଼
ଜୁନୟର ଛାତ୍ରଙ୍କୁ କିଛି ସିନିୟର ରାଗିଂ କରିବା ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଉଲଗ୍ନ କରିଛନ୍ତି। ସେମାନଙ୍କ ଗୁପ୍ତାଙ୍ଗରେ ଓଜନ ଦାର ଡମ୍ବେଲ୍ସକୁ ବାନ୍ଧି ଝୁଲାଇଛନ୍ତି। ଜେମୋଟ୍ରୀ ବକ୍ସ କମ୍ପାସରେ ସେମାନଙ୍କୁ ଆଘାତ ଦେବା ସହ ପ୍ରବଳ ମାଡ଼ ମାରିଛନ୍ତି।

Crime
ମଲା ଯାଏ କାହିଁକି ଜେଲ୍ରେ ରହିବେ ‘ଲଭ୍ ଗୁରୁ’?
ତ୍ରିବେଦୀ ପୂର୍ବରୁ ମଧ୍ୟ ୨ ଜଣ ଛାତ୍ରୀଙ୍କୁ ନିଜ ସହ ଭଗେଇ ନେଇଯିବା ସହ ଦୁଷ୍କର୍ମ କରିଥିଲେ। ସେ ଜଣେ ନିୟମିତ ଅପରାଧୀ ହୋଇଥିବାରୁ ଗୁଜରାଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ମଲା ଯାଏ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Crime
ବସ୍ ଡିପୋ ପଛରୁ ମିଳିଥିଲା କ୍ଷତାକ୍ତ ମୃତଦେହ, ପୁଲିସ୍ ଦେଲା ଭୟଙ୍କର ତଥ୍ୟ
ପୁଲିସ୍ର କହିବା କଥା ଯେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ ମଧ୍ୟ ଭର୍ତ୍ତି କରି ଦିଆଯାଇଛି।