ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ନନ୍ଦୁର ପଞ୍ଚାୟତର ଅସୁରିଆ ଗାଁରେ। ମୃତ ମହିଳା ଜଣକ ହେଉଛନ୍ତି କାଞ୍ଚନ ପରିଡା। ସ୍ୱାମୀ ରମାକାନ୍ତ ପରିଡାଙ୍କୁ ପୁଲିସ ଅଟକ ରଖିଛି।
ଗତକାଲି ରାତିରେ କୌଣସି କଥାକୁ ନେଇ କାଞ୍ଚନ ଓ ରମାକାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା।ପରେ ରମାକାନ୍ତ ଉତ୍କ୍ଷିପ୍ତ ହୋଇ ଏକ ବାଡ଼ି ଆଣି କାଞ୍ଚନଙ୍କୁ ପିଟିପିଟି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତ ପଡ଼ିଥିବା ସ୍ଥାନରେ ପାଣି ପକାଇ ଧୋଇବା ସହ କାଞ୍ଚନ ରକ୍ତ ଭିଜା ଲୁଗାକୁ ବଦଳାଇ ନଳକୂପ ନିକଟରେ ପକାଇଥିଲେ।
Also Read
ଗ୍ରାମବାସୀ କୌଣସି ସୂତ୍ରରୁ ଖବର ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ରମାକାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ରମାକାନ୍ତ ତାଙ୍କ ଘରେ ଚୋରା ମଦ ବିକ୍ରୀ କରୁଥିଲେ। ତେଣୁ ସେ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ଜଣାଯାଇଛି। ପୂର୍ବରୁ ରମାକାନ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପୁତୁରା ସହ ଅନୈତିକ ସମ୍ପର୍କ: ସ୍ୱାମୀଙ୍କୁ ହତ୍ୟା
ଧର୍ମେନ୍ଦ୍ରଙ୍କୁ ତାଙ୍କ ପତ୍ନୀ ରୀନା ଓ ପୁତୁରା ସତୀଶ ମିଳିତ ଭାବେ ହତ୍ୟା କରିଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଧର୍ମେନ୍ଦ୍ରଙ୍କୁ ରୀନା ଓ ସତୀଶଙ୍କ ପ୍ରେମ ସମ୍ପର୍କ ବିଷୟରେ ସୂଚନା ମିଳିଥିଲା।

Crime
ଲୁଟ ପାଇଁ ୨୫ ବିବାହ: ଲୁଟେରୀ ଦୁଲହନଙ୍କୁ ଫିଲ୍ମ ଷ୍ଟାଇଲ୍ରେ କେମିତି ଧରିଲା ପୁଲିସ୍?
ନିରୀହ ପୁରୁଷଙ୍କୁ ନିଜର ନକଲି ବିବାହ ଜାଲରେ ଫସାଉଥିଲେ, ସାଦାସିଧା କନ୍ୟା ଓ ଉପଯୁକ୍ତ ବୋହୂ ଭଳି ଅଭିନୟ କରିବା ପରେ ସୁଯୋଗ ଦେଖି ଅଳଙ୍କାର ଏବଂ ନଗଦ ଟଙ୍କା ଧରି ଚମ୍ପଟ ମାରୁଥିଲେ।

Crime
ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲା: ଫସିଗଲେ ପୁରୀର ପ୍ରିୟଙ୍କା, ଗିରଫ ଟ୍ରାଭେଲ ବ୍ଲଗର ଜ୍ୟୋତିଙ୍କ ସହିତ ଥିଲା ସଂପର୍କ
ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ବାନ୍ଧିବା ପରେ ତାଙ୍କ ଲିଙ୍କରେ ଥିବା ଆଉ ୭ ଜଣଙ୍କୁ ବି ଜେଲରେ ପୂରାଇଲାଣି ହରିୟାଣା ପୁଲିସ।

Crime
କଲେଜ ପାଖରେ ଡ୍ରଗ୍ସ, ଆଉ ଆତ୍ମହତ୍ୟା!
ନିକଟରେ ଦୁଇ ଜଣ ଛାତ୍ରୀଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚାରେ ଥିବା ଏକ ଶିକ୍ଷାନୁଷ୍ଠାନର ଆଖପାଖ ଅଂଚଳର କିଛି ଭେରାଇଟି ଷ୍ଟୋର, ଛୋଟ ଚା’ ଦୋକାନ ପାଖକୁ ଆମେ ଯାଇଥିଲୁ। ପଚାରିଲୁ ଗୋଗୋ ରୋଲ୍ ପେପର୍ ମିଳିବ? ଭାଙ୍ଗର ତନ୍ତୁରେ ତିଆରି ତିନିଟି ଅତି ପତଳା ପେପର ରହିଥିବା ଗୋଟିଏ ଷ୍ଟ୍ରିପ୍ର ଦାମ ମାତ୍ର 10 ଟଙ୍କା। ଏଥିରେ ବ୍ରାଉନସୁଗାର, କୋକେନ୍ ଓ ହେରୋଇନ୍ ଭଳି ପାଉଡର ରଖି ନାକରେ ସ୍ନୋର୍ଟିଂ କରୁଥିବା ଦେଖିବାକୁ ମିଳୁଛି।

Crime
ପୋଷ୍ୟ କନ୍ୟାର ପାପ, ପାଳିତା ମା’କୁ ମାରିଦେଲା
ଯେଉଁ ନବଜାତକୁ ଦିନେ ରାସ୍ତାକଡ଼ରୁ ପାଇ ନିଜ ଝିଅ ଭଳି ପାଳିଥିଲେ, ମାତ୍ର ୧୩ ବର୍ଷ ବୟସରେ ସେହି ଝିଅ ତାଙ୍କ ଜୀବନ ନେଇଗଲା।