ସହକାରୀ ଯନ୍ତ୍ରୀ ଗିରଫ, ଠୁଳ କରିଛନ୍ତି ଆୟଠାରୁ ୩୧୩% ଅଧିକ ସଂପତ୍ତି

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସାଧାରଣ ଜନସ୍ୱାସ୍ଥ୍ୟ ସେକ୍ସନର ସହକାରୀ ଯନ୍ତ୍ରୀ କିଶୋରଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଗିରଫ ସହକାରୀ ଯନ୍ତ୍ରୀ କିଶୋରଚନ୍ଦ୍ର ସାହୁ

  • Published: Thursday, 27 July 2023
  • , Updated: 27 July 2023, 05:14 PM IST

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସାଧାରଣ ଜନସ୍ୱାସ୍ଥ୍ୟ ସେକ୍ସନର ସହକାରୀ ଯନ୍ତ୍ରୀ କିଶୋରଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। କିଶୋରଚନ୍ଦ୍ର ସାହୁ ତାଙ୍କ ଆୟଠାରୁ ୩୧୩% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଶ୍ରୀ ସାହୁଙ୍କର ଭବାନୀପାଟଣା ସହରରେ ୧.୧୦ କୋଟି ଟଙ୍କାର ଗୋଟିଏ ତିନି ମହଲା କୋଠା ରହିଛି। ଭବାନୀପାଟଣା ସହରରେ ପ୍ରମୁଖ ସ୍ଥାନରେ ତାଙ୍କର ଦୁଇଟି ପ୍ଲଟ୍‌ ରହିଛି। ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ବାବଦକୁ ତାଙ୍କର ୧ କୋଟି ୫୪ ଲକ୍ଷ ଟଙ୍କା ଠାବ କରାଯାଇଛି। ତାଙ୍କ ଠାରୁ ନଗଦ ୨.୬୫ ଲକ୍ଷ ଟଙ୍କା ସହିତ ୪୪୧ ଗ୍ରାମର ସୁନା ଓ ୭୦୦ ଗ୍ରାମର ରୁପା ଅଳଙ୍କାର ଜବତ କରାଯାଇଛି। ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଓ ଅନ୍ୟାନ୍ୟ ଗୃହଉପକରଣ ଠାବ କରାଯାଇଛି, ଯେଉଁଗୁଡ଼ିକର ମୂଲ୍ୟ ୫.୪୭ ଲକ୍ଷ ଟଙ୍କାରୁ ଅଧିକ।

ସହକାରୀ ଯନ୍ତ୍ରୀ କିଶୋରଚନ୍ଦ୍ର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି।

Related story