Bullet
ଦିନ ଦ୍ୱିପହରରେ କଟକରେ ଲୁଟେରାଙ୍କ ଆତଙ୍କରାଜ। ଆଜି ଏକ ଦମ୍ପତି ବାଇକରେ ଛତ୍ରବଜାର କେନାଲ ରୋଡ୍ରେ ଯାଉଥିବା ଦୁଇ ଜଣ ଲୁଟେରା ସେମାନଙ୍କୁ ବନ୍ଧୁକ ଦେଖାଇ ଚେନ୍ ଲୁଟ୍ ଉଦ୍ୟମ କରିଥିଲେ। ଫଳରେ ମହିଳା ଜଣଙ୍କ ବାଇକରୁ ପଡ଼ି ଆହତ ହୋଇଥିବା ବେଳେ ଜଣେ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ସ୍ଥାନୀୟ ଲୋକ।
ଆହତ ମହିଳାଙ୍କ ନାଁ ସୌଭାଗ୍ୟ ମଞ୍ଜରୀ ପ୍ରଧାନ। ତାଙ୍କ ଘର କଟକର ରାଜେନ୍ଦ୍ର ନଗର ଅଞ୍ଚଳରେ।
ଜଣେ ଲୁଟେରାଙ୍କୁ ଲୋକେ ଧରି ନିସ୍ତୁକ ପିଟିଥିବା ବେଳେ ଅନ୍ୟ ଜଣେ ଲୁଟେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଲୋକଙ୍କ ହାବୁଡ଼ରେ ପଡ଼ି ଲହୁଲୁହାଣ ହୋଇଥିବା ଲୁଟେରାକୁ ମାଲଗୋଦାମ ପୁଲିସ ଉଦ୍ଧାର କରି ଏସ୍ସିବିରେ ଭର୍ତ୍ତି କରିଛି। ତା’ ନିକଟରୁ ଦୁଇଟି ଗୁଳି ଓ ଗୋଟିଏ ବାଇକ ଜବତ କରିଛି ପୁଲିସ।
ଏହି ଦୁଇ ଲୁଟେରା ପ୍ରଥମେ କଟକ ବଜ୍ରକବାଟି ରୋଡ୍ରେ ସମାନ ଢଙ୍ଗରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ। ଏହାର ସିସିଟିଭି ଫୁଟେଜ ପୁଲିସ ହାତରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bullet_1752671878.jpg)