ଭୁବନେଶ୍ୱର ଇନଫୋସିଟି ଥାନା ଚୁନୁକୋଳି ବସ୍ତି ନିକଟରେ ଗତକାଲି ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରୁ ଏକାଧିକ ଜୀବନ ବର୍ତ୍ତି ଯାଇଥିବା ବେଳେ ଏନେଇ ଘର ମାଲିକଙ୍କ ନାମରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ।
ଘର ମାଲିକ ବିଘ୍ନରାଜ ପଟ୍ଟନାୟକ ବିରୋଧରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ୍। ଏଥିସହ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ସେପଟେ ଗୋଦାମ ଘରକୁ ସିଲ୍ କରିବା ସହ ଅଧିକ ତଦନ୍ତ କରୁଛି ଇନଫୋସିଟି ଥାନା ପୋଲିସ୍ ।
ବାଣ ଗୋଦାମ ସହ ଘର ଭିତରେ କିଭଳି ଲେଡିଜ୍ ହଷ୍ଟେଲ୍ ଚାଲିଥିଲା ତାହାକୁ ନେଇ ମଧ୍ୟ ତନାଘନା ଚାଲିଛି । ଉକ୍ତ ଘରେ ୨୦ରୁ ଅଧିକ ଯୁବତୀ ଭଡ଼ାରେ ରହୁଥିଲେ । ସୌଭାଗ୍ୟବଶଃତ ଯେତେବେଳେ ବିସ୍ଫୋରଣ ଘଟିଲା, ସେତେବେଳେ ଘର ଭିତରେ କେହି ନ ଥିଲେ । ନଚେତ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇପାରିନଥାନ୍ତା । ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୁଲିସ୍
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭୁବନେଶ୍ୱରରେ କୋଟିଏ ଟଙ୍କାର ଟେଣ୍ଡର ଫିସ୍କିଂ! ଗିରଫ ୩ଜଣଙ୍କୁ ରିମାଣ୍ଡରେ ନେଲା ସିବିଆଇ
ବ୍ରିଜ୍ ଆଣ୍ଡ୍ ରୁଫ୍ କଂପାନୀର ଓଡିଶା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଗତକାଲି ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍। ଖବର ପାଇ ମାଡ଼ି ବସିଥିଲା ସିବିଆଇ।
Crime
୨ କୋଟି ଟଙ୍କାର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ
ବାଲେଶ୍ୱର ଅରଡ଼ ବଜାରରୁ ୨ କେଜି ବ୍ରାଉନ୍ ସୁଗାର ଜବତ। ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ହୋଇଯାଇଥିବା ସୂଚନା।
Crime
ସିବିଆଇର ବଡ଼ ରେଡ୍: ୩ ଗିରଫ
ଗତକାଲି ଭୁବନେଶ୍ୱରର ମେ ଫେୟାର୍ ହୋଟେଲ ସାମ୍ନାରେ ଏଖ ମର୍ସିଡିଜ୍ କାରରୁ ପ୍ରାୟ କୋଟିଏ ଟଙ୍କା ଜବତ କରିଥିଲା ସିବିଆଇ।
Crime
ଭୁବନେଶ୍ୱରରେ CBI ରେଡ୍, କୋଟିଏରୁ ଅଧିକ ଟଙ୍କା ଜବତ
ଆଜି ରାତି ପ୍ରାୟ ୯ଟା ବେଳେ ନୟାପଲ୍ଲୀରେ ଏକ ହୋଟେଲ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ମର୍ସିଡ୍ଜ କାର୍ ଛିଡ଼ା ହୋଇଥିଲା। ଗାଡ଼ି ନମ୍ୱର OD-05-9999।