Advertisment

ଦିବ୍ୟାଙ୍କ ହତ୍ୟା ପଛରେ ଆପତ୍ତିଜନକ ଫଟୋ! ମୃତଦେହ ବୁହା ହୋଇଥିବା BMW ଜବତ

ପଞ୍ଜାବର ପଟିଆଲରୁ କାର ଜବତ ହୋଇଛି। ତେବେ କାର୍‌ଟି ଲକ ହୋଇ ରହିଛି। ସେହିପରି ପୁଲିସ୍‌ ଏହାର ଡିକି ମଧ୍ୟରୁ ଦିବ୍ୟାଙ୍କ ମୃତଦେହ ଠାବ କରିଛି କି ନାହିଁ, ସେକଥା ଜଣାପଡ଼ିନି।

ଅଦ୍ୟତନ ହୋଇଛି
Divya

Divya

Advertisment

ମଡେଲ ଦିବ୍ୟା ପହୁଜାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଆପତ୍ତିଜନକ ଫଟୋ ଯୋଗୁ ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସେହିପରି ତାଙ୍କ ମୃତଦେହକୁ ଗୁରୁଗ୍ରାମର ହୋଟେଲରୁ ସ୍ଥାନାନ୍ତର କରିବା ପାଇଁ ବ୍ୟବହାର ହୋଇଥିବା BMW କାରକୁ ଠାବ କରିଛି ପୁଲିସ୍‌।

Advertisment

ପଞ୍ଜାବର ପଟିଆଲରୁ କାର ଜବତ ହୋଇଛି। ତେବେ କାର୍‌ଟି ଲକ ହୋଇ ରହିଛି। ସେହିପରି ପୁଲିସ୍‌ ଏହାର ଡିକି ମଧ୍ୟରୁ ଦିବ୍ୟାଙ୍କ ମୃତଦେହ ଠାବ କରିଛି କି ନାହିଁ, ସେକଥା ଜଣାପଡ଼ିନି। ପୂର୍ବରୁ ପୁଲିସ୍‌ ଆଶଙ୍କା କରିଥିଲା ଯେ ଦିବ୍ୟାଙ୍କ ମୃତଦେହକୁ ପଞ୍ଜାବର କୌଣସି ନଦୀରେ ଭସାଇ ଦିଆଯାଇଛି।

ଗୁରୁଗ୍ରାମ ପୁଲିସ୍‌ର ଡେପୁଟି କମିଶନର ବିଜୟ ପ୍ରତାପ ସିଂହ କହିଛନ୍ତି, ପଟିଆଲାର ଗୋଟିଏ ବସ ଷ୍ଟେସନରୁ BMW କାର ଠବ ହୋଇଛି। ଗୁରୁଗ୍ରାମ ହୋଟେଲରୁ ଦିବ୍ୟାଙ୍କ ମୃତଦେହକୁ ଚାଲାଣ କରିଥିବା ଦୁଇ ସନ୍ଦିଗ୍ଧ ବଲରାଜ ଓ ରବି ବାଙ୍ଗର ଏବେ ଫେରାର ଅଛନ୍ତି। ଏବେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।

Advertisment
Divyaମଡେଲ୍‌ ଦିବ୍ୟା

ପ୍ରତାପ ସିଂହ ଆହୁରି କହିଛନ୍ତି ଯେ ଦିବ୍ୟା ଓ ହତ୍ୟା ଅଭିଯୋଗ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିଜିତ ସିଂହଙ୍କ ମୋବାଇଲ ଫୋନ ଜବତ ହୋଇଛି। ତେବେ ଦିବ୍ୟାଙ୍କ ପାଖରେ ଦୁଇଟି ମୋବାଇଲ ଫୋନ ଥିଲା ବୋଲି ତାଙ୍କ ଭଉଣୀ କହିଛନ୍ତି। ତେଣୁ ପୁଲିସ୍‌ ଦିବ୍ୟାଙ୍କ ଦ୍ୱିତୀୟ ମୋବାଇଲକୁ ଠାବ କରିବା ପାଇଁ ଉଦ୍ୟମ କରୁଛି।

ଜାନୁଆରୀ ୨ ତାରିଖରେ ଗୁରୁଗ୍ରାମ ସିଟି ପଏଣ୍ଟ ହୋଟେଲରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହୋଟେଲରେ ମାଲିକ ଅଭିଜିତ ଓ ତାଙ୍କର ଦୁଇ ସହଯୋଗୀ ମିଳିତ ଭାବେ ଦିବ୍ୟାଙ୍କୁ ହତ୍ୟା କରିଛନ୍ତି। ଏହାପରେ ତାଙ୍କ ମୃତଦେହକୁ ହୋଟେଲରୁ ନେଇ ଅନ୍ୟତ୍ର ନେଇ ଫିଙ୍ଗି ଦେଇଥିବା କୁହାଯାଉଛି।

ଗୁରୁଗ୍ରାମ ପୁଲିସ୍‌ର କହିବା କଥା ଯେ ଅଭିଜିତଙ୍କ ଠାରୁ ହୋଟେଲକୁ ଲିଜ୍‌ରେ ନେଇଥିବା ଅନୂପ ଜାନୁଆରୀ ୨ରେ ପୁଲିସ୍‌କୁ ଫୋନ କରିଥିଲେ। ହୋଟେଲ ମାଲିକଙ୍କ ରୁମରୁ ଗୋଟିଏ ମୃତଦେହ ମିଳିଥିବା ପୁଲିସ୍‌କୁ କହିଥିଲେ। ପୁଲିସ୍‌ ରାତି ପ୍ରାୟ ୯ଟା ବେଳେ ହୋଟେଲରେ ପହଞ୍ଚିଥିଲା ଓ ଅଭିଜିତ ବ୍ୟବହାର କରୁଥିବା ୧୧୪ ନମ୍ବର ରୁମକୁ ଯାଞ୍ଚ କରିଥିଲା। କିନ୍ତୁ କିଛି ନ ମିଳିବାରୁ ପୁଲିସ୍‌ ଫେରି ଯାଇଥିଲା।

ତେବେ ପୁଲିସ୍‌ ପୁଣି ଆସିବା ସହ ଅନୂପଙ୍କୁ ସିସିଟିଭି ଫୁଟେଜ ମାଗିଥିଲା। ସିସିଟିଭି ଯାଞ୍ଚ ବେଳେ ଦିବ୍ୟାଙ୍କ ମୃତଦେହକୁ କିଛି ଲୋକ ଘୋଷାଡ଼ି ଘୋଷାଡ଼ି ବାହାରକୁ ନିଆଯାଉଥିବା ଦେଖିବାକୁ ପାଇଥିଲା।

ଘଟଣା ଦିନ ଅଭିଜିତ ଓ ତାଙ୍କର ସହଯୋଗୀମାନେ ଦିବ୍ୟାଙ୍କ ମୃତଦେହ BMW କାରର ଡିକରେ ରଖି ଚାଲିଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ସିସିଟିଭିରେ ଥିବା ଦୃଶ୍ୟ ଅନୁଯାୟୀ, ମଙ୍ଗଳବାର ଅର୍ଥାତ ଜାନୁଆରୀ ୨ରେ ଅଭିଜିତ, ଦିବ୍ୟା ଓ ଆଉ ଜଣେ ବ୍ୟକ୍ତି ଭୋର ୪ଟାରେ ପହଞ୍ଚିବା ପରେ ରୁମ ନମ୍ବର ୧୧୧ ଆଡ଼େ ଯାଇଥିଲେ।

ସେହିଦିନ ବିଳମ୍ବିତ ରାତିରେ ଅଭିଜିତ ଓ ଅନ୍ୟ ଦୁଇ ସହଯୋଗୀ ଦିବ୍ୟାଙ୍କ ମୃତଦେହ ରୁମରୁ ବେଡଶିଟରେ ଘୋଡ଼ା ଯାଇଥିବା ଅବସ୍ଥାରେ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇଥିଲେ। ମଙ୍ଗଳବାର ରାତି ପ୍ରାୟ ୧୦.୪୫ରେ ସେମାନେ ମୃତଦେହକୁ ହୋଟେଲ ବାହାରେ ରଖାଯାଇଥିବା BMW ନିକଟକୁ ନେଉଥିବା ଦୃଶ୍ୟ ସିସିଟିଭିରେ ରହିଛି।

ଏହାକୁ ଆଧାର କରି ପୁଲିସ୍‌ ଅଭିଜିତ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ପରେ ଅଭିଜିତ କହିଛନ୍ତି, ଦିବ୍ୟାଙ୍କ ସହ ତାଙ୍କର ପରିଚୟ ବିନ୍ଦେର ଗୁଜ୍ଜର ନାମକ ବ୍ୟକ୍ତି କରାଇଥିଲେ। ଗୁଜ୍ଜରଙ୍କୁ ମୁମ୍ବାଇ ପୁଲିସ୍‌ ୨୦୧୯ରେ ଗିରଫ କରିଥିଲା। ସନ୍ଦୀପ ଗାଡୋଲି ଫେକ ଏନକାଉଣ୍ଟର ମାମଲାରେ ଦିବ୍ୟାଙ୍କ ଭଳି ଗୁଜ୍ଜର ମଧ୍ୟ ଗିରଫ ହୋଇଥିଲେ। ଦିବ୍ୟା ଜାମିନରେ ମୁକୁଳିଥିଲେ ହେଁ ଗୁଜ୍ଜର ଏବେ ବି ଜେଲରେ ଅଛନ୍ତି।

ଦିବ୍ୟାଙ୍କ ସହ ପରିଚିତ ହେବା ପରେ ଅଭିଜିତ ତାଙ୍କୁ ବାରମ୍ବାର ଭେଟିଥିଲେ। ଏହି ସମୟରେ ସେ ତାଙ୍କର କିଛି ଆପତ୍ତିଜନକ ଫଟୋ ଉଠାଇ ଦେଇଥିଲେ। ଏହି ଫଟୋକୁ ଦେଖାଇ ଦିବ୍ୟା ନିୟମିତ ଭାବେ ଅଭିଜିତଙ୍କୁ ବ୍ଲାକମେଲ କରୁଥିଲେ।

ଘଟଣା ଦିନ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦିବ୍ୟାଙ୍କୁ ଅଭିଜିତ ଫୋନର ପାସୱାର୍ଡ ମାଗିଥିଲେ। କିନ୍ତୁ ସେ ଦେଇ ନଥିଲେ। ତେଣୁ ବାଧ୍ୟ ହୋଇ ସେ ତାଙ୍କୁ ଗୁଳି କରି ଦେଇଥିଲେ ବୋଲି ଅଭିଜିତ କହିଛନ୍ତି।

Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe