ଭଞ୍ଜନଗର ବସଷ୍ଟାଣ୍ଡରୁ ଚୋରି ହେଲା ବସ୍। ଛତ୍ରପୁର ନିକଟ ଜାତୀୟ ରାଜପଥ ନିକଟରୁ ବସ୍କୁ ଜବତ କଲା ପୁଲିସ। ତେବେ ବସ୍କୁ କିଏ ଚୋରି କରି ନେଇଥିଲା ତାହାର ତଦନ୍ତ ଚଳାଇଛି ପୁଲିସ।
ମାଆ ଦୁର୍ଗା ନାମକ ଏକ ଘରୋଇ ବସ ଭଞ୍ଜନଗର ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିଲା। ଗତ ୬ତାରିଖ ବିଳମ୍ବିତ ରାତିରେ ଚୋରମାନେ ବସ୍ ଷ୍ଟାଣ୍ଡରୁ ବସ୍ ନେଇ ଚମ୍ପଟ ମାରିଥିଲେ। ବସ୍ ଭିତରେ ବସ୍ର ଚାବିଥିଲା ବୋଲି ଜଣାଯାଇଛି। ତାପର ଦିନ ସକାଳେ ଆଥାର୍ତ ୭ ତାରିଖରେ ବସ୍ ମାଲିକ ଷ୍ଟାଣ୍ଡରେ ବସ୍ ନଥିବା ନେଇ ଦେଖିଥିଲେ। ବସ ମାଲିକ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏହାପରେ ବସକୁ କେହି ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ଏନେଇ ବସ ମାଲିକ ଭଞ୍ଜନଗର ଥାନରେ ଏତଲା ଦେଇଥିଲେ।
Also Read
ପୁଲିସ ସହରରେ ଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ତେବେ ବସଟିକୁ ଛତ୍ରପୁର ନିକଟ ଜାତୀୟ ରାଜପଥ କଡ଼ରୁ ଠାବ କରିଥିଲା ପୁଲିସ। ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ବସଟିକୁ ଚୋରି କରି ନେଇଥିଲା ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନବ ହତ୍ୟା ପଛରେ କୋଇଲା ଟ୍ରାନ୍ସପୋର୍ଟ ମାଫିଆ, ତତକାଳୀନ ଜିଲ୍ଲାପାଳ ଓ ଏସପି ସବୁ ଜାଣନ୍ତି: ସାଲୁଜା
ନବଙ୍କ ହତ୍ୟାକାରୀ ପୁଲିସ ଏଏସଆଇ ଗୋପାଳ ଦାସ ଗିରଫ ହୋଇଛନ୍ତି। କିନ୍ତୁ ସେ କାହିଁକି ଏହି ହତ୍ୟା କଲେ ତା’ର ରହସ୍ୟଭେଦ କରିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇପାରିନି । ଏପରିକି ହତ୍ୟା ପଛର ଯେଉଁସବୁ କାରଣ ଗୋପାଳ ଦେଉଛି ତାକୁ ନେଇ ସନ୍ତୁଷ୍ଟ ନଥିବା ଖୋଦ୍ ତଦନ୍ତକାରୀ ଅଫିସର କୋର୍ଟରେ ସ୍ୱୀକାର ମଧ୍ୟ କରିଛନ୍ତି ।
Crime
୨୪ ବର୍ଷୀୟ ଯୁବତୀଙ୍କୁ ଫାଶୀ ଦଣ୍ଡ, ପ୍ରେମିକଙ୍କୁ ଘରକୁ ଡାକି କରିଥିଲେ ଏମିତି କାମ
ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ ଆଜି କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଭାରତରେ ମଧ୍ୟ ପ୍ରଥମ ଘଟଣା ହୋଇଛି।
Crime
ଦୁର୍ନୀତିଗ୍ରସ୍ତ ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତଙ୍କୁ ୪ବର୍ଷ ସଶ୍ରମ ଜେଲ୍, ଘରୁ ମିଳିଥିଲା ନଗଦ ୩ କୋଟି ଟଙ୍କା
୨୦୧୮ ନଭେମ୍ବର ୫ ତାରିଖରେ ସମ୍ବଲପୁର ଭିଜିଲାନ୍ସ ଥାନାର ଏକ ମାମଲାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଆଜି ଶ୍ରୀ ରାଉତଙ୍କୁ ୪ବର୍ଷ ସଶ୍ରମ ଜେଲ୍ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।
Crime
ସଂଗୀତ ନା ସାଂଘାତିକ ମହାବିଦ୍ୟାଳୟ?
ପିଲାମାନଙ୍କଠାରୁ ଧାର୍ଯ୍ୟ ଫି’ଠାରୁ ଅଧିକ ଅର୍ଥ ଆଦାୟ କରାଯିବା, କଲେଜ ଭିତରେ ଅଧ୍ୟାପକମାନେ ମଦ୍ୟପାନ କରିବା ଓ ହଷ୍ଟେଲ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଉଥିବାର ଅଭିଯୋଗ ଆସିଛି।
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?