ଏକ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜୟପୁରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଦମ୍ପତିଙ୍କୁ ଆଜି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଦଣ୍ଡ ପାଇଥିବା ଏହି ଦମ୍ପତି ହେଉଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁରର ପୂର୍ବତନ ମାର୍କେଟିଂ ଇନ୍ସପେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ରେଣୁବାଳା ପାଣିଗ୍ରାହୀ। ୨୦୦୯ ମସିହାରେ ସେମାନଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କରିଥିଲା ଭିଜିଲାନ୍ସ।
Also Read
ପ୍ରଫୁଲ୍ଲ ପାଣିଗ୍ରାହୀ ୨୦୧୮ ମସିହାରେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡାରୁ ଅତିରିକ୍ତ ଯୋଗାଣ ଅଧିକାରୀ ଭାବେ ଅବସର ନେଇଛନ୍ତି। ସେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା ପାଇଥିବାରୁ ତାଙ୍କ ପେନ୍ସନ୍ ବନ୍ଦ କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନବ ହତ୍ୟା ପଛରେ କୋଇଲା ଟ୍ରାନ୍ସପୋର୍ଟ ମାଫିଆ, ତତକାଳୀନ ଜିଲ୍ଲାପାଳ ଓ ଏସପି ସବୁ ଜାଣନ୍ତି: ସାଲୁଜା
ନବଙ୍କ ହତ୍ୟାକାରୀ ପୁଲିସ ଏଏସଆଇ ଗୋପାଳ ଦାସ ଗିରଫ ହୋଇଛନ୍ତି। କିନ୍ତୁ ସେ କାହିଁକି ଏହି ହତ୍ୟା କଲେ ତା’ର ରହସ୍ୟଭେଦ କରିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇପାରିନି । ଏପରିକି ହତ୍ୟା ପଛର ଯେଉଁସବୁ କାରଣ ଗୋପାଳ ଦେଉଛି ତାକୁ ନେଇ ସନ୍ତୁଷ୍ଟ ନଥିବା ଖୋଦ୍ ତଦନ୍ତକାରୀ ଅଫିସର କୋର୍ଟରେ ସ୍ୱୀକାର ମଧ୍ୟ କରିଛନ୍ତି ।
Crime
୨୪ ବର୍ଷୀୟ ଯୁବତୀଙ୍କୁ ଫାଶୀ ଦଣ୍ଡ, ପ୍ରେମିକଙ୍କୁ ଘରକୁ ଡାକି କରିଥିଲେ ଏମିତି କାମ
ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ ଆଜି କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଭାରତରେ ମଧ୍ୟ ପ୍ରଥମ ଘଟଣା ହୋଇଛି।
Crime
ଦୁର୍ନୀତିଗ୍ରସ୍ତ ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତଙ୍କୁ ୪ବର୍ଷ ସଶ୍ରମ ଜେଲ୍, ଘରୁ ମିଳିଥିଲା ନଗଦ ୩ କୋଟି ଟଙ୍କା
୨୦୧୮ ନଭେମ୍ବର ୫ ତାରିଖରେ ସମ୍ବଲପୁର ଭିଜିଲାନ୍ସ ଥାନାର ଏକ ମାମଲାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଆଜି ଶ୍ରୀ ରାଉତଙ୍କୁ ୪ବର୍ଷ ସଶ୍ରମ ଜେଲ୍ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।
Crime
ସଂଗୀତ ନା ସାଂଘାତିକ ମହାବିଦ୍ୟାଳୟ?
ପିଲାମାନଙ୍କଠାରୁ ଧାର୍ଯ୍ୟ ଫି’ଠାରୁ ଅଧିକ ଅର୍ଥ ଆଦାୟ କରାଯିବା, କଲେଜ ଭିତରେ ଅଧ୍ୟାପକମାନେ ମଦ୍ୟପାନ କରିବା ଓ ହଷ୍ଟେଲ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଉଥିବାର ଅଭିଯୋଗ ଆସିଛି।
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?