ଘରେ ଚୋରି କରିବାକୁ ଆସି ସୁନା ବ୍ୟବସାୟୀ କାଟି ଦେଲେ ଚୋର। ତାଙ୍କ ପତ୍ନୀ ମଧ୍ୟ ଚୋର ଆକ୍ରମଣରେ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ସାହିରେ। ଆହତ ଦମ୍ପତି ସତୀଶ କୁମାର ଓ ତାଙ୍କ ସ୍ତ୍ରୀଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ ଗ୍ରୀଲ କାଟି ଜଣେ ଚୋର ଘରେ ପଶିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସତୀଶଙ୍କର ନିଦ ଭାଙ୍ଗି ଯାଇଥିଲା। ସତୀଶ ଚୋରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଚୋରଟି ସତୀଶଙ୍କୁ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା। ସେହି ସମୟରେ ସତୀଶଙ୍କ ସ୍ତ୍ରୀ ଆସି ଚୋରକୁ ଅଟକାଇଥିଲେ। ତାଙ୍କୁ ମଧ୍ୟ ଚୋରଟି ଆକ୍ରମଣ କରିଥିଲା। ଦମ୍ପତି ରକ୍ତଜୁଡ଼ୁବୁଡ଼ୁ ଅବସ୍ଥରେ ପଡ଼ିଥିବା ବେଳେ ସେଠାରୁ ଚୋରଟି ଚମ୍ପଟ ମାରିଥିଲା।
Also Read
ପାଖ ପଡ଼ୋଶୀ ରକ୍ତାକ୍ତ ଅବସ୍ଥାରେ ସତୀଶ ଓ ତାଙ୍କ ସ୍ତ୍ରୀକୁ MKCG ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଚୋରକୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଡ୍ରେନ ବିବାଦରୁ ଗଣ୍ଡଗୋଳ: ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲା ଯୁବକ
ମୃତ ବିମଳା ଦେବୀଙ୍କ ସ୍ୱାମୀ ମନୋଜ କୁମାର ସିଂହ ଜଣେ ସରକାରୀ ସ୍କୁଲର ଶିକ୍ଷକ। ଆକ୍ରମଣରେ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି।

Crime
ବାପାଙ୍କୁ ତଣ୍ଟି ଚିପି ମାରିଲା, ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କଲା
ପୁଲିସ୍ ସୂର୍ଯ୍ୟକୁ ଗିରଫ କରିଥିବା ବେଳେ ଏଯାଏ ତା’ ସାଙ୍ଗ ଫେରାର ରହିଛି। ସେହିପରି ହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ମଧ୍ୟ ପୁଲିସ ଉଦ୍ୟମ କରୁଛି।

Crime
ବାଂଶପାଳ ବ୍ଲକ ଅଧ୍ୟକ୍ଷ ଗିରଫ
ବାଂଶପାଳ ବିଡିଓ ରାଜା ରଂଜିତ ପ୍ରତାପ ବଳଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଦେହୁରୀ, ତାଙ୍କ ସହଯୋଗୀ ଶୁକଦେବ ମହାକୁଡ଼ ଓ ପଦ୍ମଲୋଚନ ଆରୁଖଙ୍କୁ ଗିରଫ କରିଛି।

Crime
ଡାକୁ ଦୁଲହନ୍: ୧୨ ଜଣଙ୍କୁ କେମିତି ଲଗାଇଥିଲେ ଚୂନ?
ବୟସ ମାତ୍ର ୨୧। କିନ୍ତୁ ଏହି ସ୍ୱଳ ବୟସ ମଧ୍ୟରେ ସେ ପ୍ରାୟ ୧୨ଟି ବିବାହ କରି ସାରିଥିଲେ।

Crime
ହତ୍ୟା ଅଭିଯୁକ୍ତଙ୍କୁ କେମିତି ବିଚ୍ ରାସ୍ତାରେ କରାଗଲା ହତ୍ୟା?
ତଦନ୍ତରୁ ଜଣାପଡ଼ିଛି ଯେ ଶେଟ୍ଟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। କିନ୍ତୁ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନି।