ଗଞ୍ଜାମଜିଲ୍ଲା ଦିଗପହଣ୍ଡି ଥାନା କୁଶପଡ଼ା ଗାଁରେ ଅଜଣା ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର। ଆଜି ସକାଳ ସମୟରେ କୁଶପଡ଼ା ଇଟା ଭାଟି ନିକଟ ରାସ୍ତାରେ ଦୁର୍ଗନ୍ଧ ହୋଇଥିଲା। ଫଳରେ ସ୍ଥାନୀୟ ଲୋକେ ସେଇ ଭଙ୍ଗା କୋଠରୀ ନିକଟକୁ ଯାଇଥିଲେ। ସେଠାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇ ଥିଲେ ସ୍ଥାନୀୟ ଲୋକେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ହେଲେ ତଦନ୍ତ ବେଳେ ମୃତଦେହର ପରିଚୟ ପାଇନଥିଲା ପୁଲିସ।
Also Read
ତେବେ ଏହି ମହିଳା ଜଣଙ୍କ କିଏ, ଏଠାକୁ କିଭଳି ଆସିଲେ, ପୁଲିସ ଏହି ଘଟଣାର ଅଧିକ ଖୋଳ ତାଡ଼ କରୁଛି। ହେଲେ ମୃତଦେହ ପଡ଼ିଥବା ପାରି ପାଶ୍ୱିକ ସ୍ଥିତିରୁ ମହିଳାଙ୍କୁ କିଏ ହତ୍ୟା କରିଛି ବୋଲି ସନ୍ଦେହ କରୁଛି ପୁଲିସ। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସନ୍ଧାନି କୁକୁର ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।