ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ କାଶିନପୁର ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ରେବ ନଦୀରେ ଭାସୁଛି ଜଣେ ଯୁବକଙ୍କ ମୃତଦେହ। ଯୁବକଜଣକ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି।
କାଶିନପୁର ପଞ୍ଚାୟତ ଗଣେଶ ପାଟଣା ଗ୍ରାମର ରଘୁନାଥ ମଳିକଙ୍କ ପୁଅ ବୈରାଗୀ ମଳିକ ଗତ ଦୁଇଦିନ ହେବ ନିଖୋଜ ଥିଲେ। ଆଜି କାଶିନପୁର ଶାସନ ଗ୍ରାମ ନିକଟ ରେବ ନଦୀରେ ଭାସୁଥିବା ମୃତଦେହ ବୈରାଗୀଙ୍କର ବୋଲି ଗ୍ରାମବାସୀ କହିଛନ୍ତି।
ସ୍ଥାନୀୟ ଲୋକେ ଶବକୁ ଚିହ୍ନଟ ପରେ ଏନେଇ ଧୁଷୁରୀ ଥାନାକୁ ଜଣାଇଥିଲେ। ଧୁଷୁରୀ ଥାନା ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପିଇଓଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ୍
ଲୁଟେରାମାନେ ଫେରାର ମାରିବା ପୂର୍ବରୁ ପିଇଓ ଅର୍ଜୁନ ପାତ୍ରଙ୍କ ବାଇକକୁ ରାସ୍ତା ତଳକୁ ଏକ ଜମି ମଧ୍ୟକୁ ଠେଲି ଦେଇଥିଲେ। ତା’ ସହିତ ସେମାନେ ତାଙ୍କ ମୋବାଇଲ ଫୋନ୍କୁ ଫୋପାଡ଼ି ଦେଇଥିଲେ।

Crime
ମଣ୍ଡିରେ ଅନିୟମିତତା: ୨ ଅଧିକାରୀ ନିଲମ୍ବିତ
ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ୱରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା।

Crime
ନର୍କ ଯନ୍ତ୍ରଣାରୁ କେମିତି ମୁକୁଳିଲେ ନାବାଳିକା? ଫଟୋରୁ ଫିଟିଲା ଗୁମର
ଏକାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ଅପହରଣ କରି ନିଆଯିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଏପଟେ ଝିଅକୁ ନ ପାଇ ପରିବାର ଲୋକ ପୁଲିସ୍ର ଦ୍ୱାରସ୍ଥ ହେବାରେ ଲାଗିଥିଲେ।

Crime
ରାଗିଂର ଭୟଙ୍କର ଚିତ୍ର: ଗୁପ୍ତାଙ୍ଗରେ ଝୁଲାଉଥିଲେ ଡମ୍ବେଲ୍ସ, ଉଲଗ୍ନ କରି ମାରୁଥିଲେ ମାଡ଼
ଜୁନୟର ଛାତ୍ରଙ୍କୁ କିଛି ସିନିୟର ରାଗିଂ କରିବା ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଉଲଗ୍ନ କରିଛନ୍ତି। ସେମାନଙ୍କ ଗୁପ୍ତାଙ୍ଗରେ ଓଜନ ଦାର ଡମ୍ବେଲ୍ସକୁ ବାନ୍ଧି ଝୁଲାଇଛନ୍ତି। ଜେମୋଟ୍ରୀ ବକ୍ସ କମ୍ପାସରେ ସେମାନଙ୍କୁ ଆଘାତ ଦେବା ସହ ପ୍ରବଳ ମାଡ଼ ମାରିଛନ୍ତି।

Crime
ମଲା ଯାଏ କାହିଁକି ଜେଲ୍ରେ ରହିବେ ‘ଲଭ୍ ଗୁରୁ’?
ତ୍ରିବେଦୀ ପୂର୍ବରୁ ମଧ୍ୟ ୨ ଜଣ ଛାତ୍ରୀଙ୍କୁ ନିଜ ସହ ଭଗେଇ ନେଇଯିବା ସହ ଦୁଷ୍କର୍ମ କରିଥିଲେ। ସେ ଜଣେ ନିୟମିତ ଅପରାଧୀ ହୋଇଥିବାରୁ ଗୁଜରାଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ମଲା ଯାଏ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।