Advertisment

ଯୌତୁକ ଜୁଇରେ ଜଳିଗଲେ ନବବଧୂ! ୧୨ ଦିନ ତଳେ ହୋଇଥିଲା ବିବାହ

ତିଗିରିଆ ଥାନା ଅଧିନ କରଡାପଲ୍ଲୀ ଗାଁର ରୂପାଲି ନାଏକ ଙ୍କର ଝିଅ ମିନାକ୍ଷୀ ନରସିଂହପୁର ଥାନା ଅଧିନ ନିମସାହି ଗ୍ରାମର ବାପି ନାଏକଙ୍କୁ ବୈଦିକ ରୀତିନୀତିରେ ୧୨ ତଳେ ବିବାହ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Minakhi nayak

Minakhi nayak

ବାପାମା’ଙ୍କୁ ପର କରି ୧୨ ତଳେ ଶାଶୂ ଘରକୁ ଆସିଥିଲା ଝିଅ। ସ୍ୱାମୀ ସହ ସୁନାର ସଂସାର ଗଢ଼ିବେ ବୋଲି ଦେଖିଥିଲା ସ୍ୱପ୍ନ। ହେଲେ ତାର ଏହି ସ୍ୱପ୍ନ ଯେପରି ପାଣି ଫୁଟକା ପରି ମିଳାଇ ଯାଇଥିଲା। ସଂସାର ଗଢ଼ିବା ଆଗରୁ ଘୋଟି ଆସିଥିଲା କଳା ବାଦଲ। ଯୌତୁକ ପାଇଁ ଶାଶୂ ଘର ଲୋକେ  ନବବଧୂକୁ ମାରି ଦେଇଥିବା ହୋଇଛି ଅଭିଯୋଗ। ଏନେଇ ଝିଅ ଘର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଅଧିନ ନିମସାହିରେ। ମୃତ ନବବଧୂ ଜଣଙ୍କ ହେଲେ ମିନାକ୍ଷୀ ନାଏକ ।

Advertisment

ଅଭିଯୋଗ ଅନୁସାରେ, ତିଗିରିଆ ଥାନା ଅଧୀନ କରଡାପଲ୍ଲୀ ଗାଁର ରୂପାଲି ନାଏକଙ୍କର ଝିଅ ମିନାକ୍ଷୀ ନରସିଂହପୁର ଥାନା  ନିମସାହି ଗ୍ରାମର ବାପି ନାଏକଙ୍କୁ ବୈଦିକ ରୀତିନୀତିରେ ୧୨ ଦିନ ତଳେ ବିବାହ କରିଥିଲେ। ବିବାହ ପରେ ମିନାକ୍ଷୀଙ୍କ ସଂସାର ଠିକ୍‌ରେ ଚାଲିଥିଲା। ହଠାତ୍ ଗତକାଲି ବିଳମ୍ବିତ ରାତିରେ ଝିଅର ମୃତ୍ୟୁ ଘଟିଥିବା ମିନାକ୍ଷୀଙ୍କ ପରିବାର ଲୋକଙ୍କୁ ଶାଶୂ ଘର ଫୋନ୍ ମାଧ୍ୟମରେ ଜଣାଇଥିଲେ।

ଝିଅର ମୃତ୍ୟୁ ଖବର ଶୁଣି ମିନାକ୍ଷୀଙ୍କ ପରିବାର ଲୋକ ଉପରେ ଦୁଃଖର ପାହାଡ ଖସିପଡ଼ିଥିଲା। ମିନାକ୍ଷୀଙ୍କୁ ଦେଖିବା ପାଇଁ ଶାଶୂ ଘରେ ପହଞ୍ଚିଥିଲେ ପରିବାର ଲୋକେ। ଝିଅର ମୃତଦେହ ବେଡ୍‌ ଉପରେ ପଡ଼ିଥିବା ଦେଖିଥିଲେ। ଯୌତୁକ ପାଇଁ ଝିଅକୁ ଶାଶୂ ଘର ଲୋକେ ମାରି ଦେଇଥିବା ପରିବାର ଲୋକେ ନରସିଂହପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ପୁଲିସ ସ୍ୱାମୀ ବାପି ନାଏକ, ଶଶୁର ଲୋକନାଥ ନାଏକ ଓ ଶାଶୂ ସାବିତ୍ରୀ ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି। 

Advertisment

ମୋ ଝିଅକୁ ଶାଶୂ ଘର ଲୋକେ ତା’ ବେକରେ ତକିଆ ପକାଇ ମାରିଦେଇଛି ବୋଲି ମିନାକ୍ଷୀଙ୍କ ମା’ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସେ କିଛି ଜାଣି ନାହାନ୍ତି ବୋଲି ମିନାକ୍ଷୀଙ୍କ ଶାଶୂ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। 

Cuttack Deadbody