Family Dispute
ଘରୋଇ କଳିରୁ ହେଲା ମହାଭାରତ । ଶ୍ୱଶୁର- ବୋହୂ ମଧ୍ୟରେ ଆରମ୍ଭ ହୋଇଥିବା ସାମାନ୍ୟ କଳି ନେଲା ସାଂଘାତିକ ରୂପ । ଶେଷରେ ନିଜ ହିତାହିତ ଜ୍ଞାନ ହରାଇ ବସି ବୋହୂ ନାକ କାଟିଦେଲେ ଶ୍ୱଶୁର।
ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଘଟିଛି। ଏହି ଅଭିଯୋଗରେ ପୁଲିସ୍ ଅଭିଯୁକ୍ତ ଶ୍ୱଶୁର ଅମର ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶ୍ୱଶୁରଙ୍କ ଆକ୍ରମଣର ଶିକାର ହୋଇଥିବା ବୋହୂଜଣକ ହେଲେ ନୀନା ନାୟକ ।
ଆଜି ସକାଳେ ନୀନାଙ୍କ ଝିଅ ଏକ ଛୁରୀ ଧରି ଖେଳୁଥିଲେ। ଛୁରୀ ଧରିବାକୁ ପିଲାଟିକୁ ଅମର ନାୟକ ବାରଣ କରିବା ସତ୍ତ୍ୱେ ସେ ଶୁଣୁ ନ ଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ସେ ପିଲାଟିକୁ ପିଟି ଦେଇଥିଲେ। ଏହାକୁ କେନ୍ଦ୍ର କରି ଶ୍ୱଶୁର-ବୋହୂଙ୍କ ମଧ୍ୟରେ ପ୍ରବଳ ପାଟିଗୋଳ ହୋଇଥିଲା।
ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ଅମର ନାୟକ ଉକ୍ତ ଛୁରୀରେ ବୋହୂ ନୀନାଙ୍କ ନାକ କାଟି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ ସେ ଆଠଗଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ଗୁରୁଡ଼ିଝାଟିଆ ଥାନାକୁ ଯାଇ ଅଭିଯୋଗ କରିଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ମାଧ୍ୟମରେ ଘଟଣାର ସମାଧାନ ପାଇଁ ଉଦ୍ୟମ ଚାଲିଛି।
ନୀନାଙ୍କ ସ୍ୱାମୀ ବୋଲବମ୍ ଯାଇଥିବା ବେଳେ ଘରକୁ ଫେରି ନ ଥିବାରୁ ସେ କୌଣସି ଲିଖିତ ଅଭିଯୋଗ କରି ନ ଥିବା ଜଣାଯାଇଛି। ଶ୍ୱଶୁର ଅମର ନାୟକଙ୍କୁ ଅଟକ ରଖି ପଚରା ଉଚରା କରୁଛି ଗୁରୁଡ଼ିଝାଟିଆ ପୁଲିସ। ତେବେ ସ୍ୱାମୀ ଫେରିବା ପରେ ନୀନା ଲିଖିତ ଅଭିଯୋଗ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁଲିସ୍ ଅଧିକାରୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1722843745.jpg)