କାହିଁକି ନିଜ ଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ଭର୍ତ୍ତି କରି ଦେଲେ ଦୁଷ୍କର୍ମ ପୀଡ଼ିତା ?

ଯୁବତୀ ଜଣଙ୍କ କାହିଁକି ଏମିତି କଲେ?

Stop Rape

representational image

Hemant Lenka
  • Published: Friday, 24 January 2025
  • Updated: 24 January 2025, 01:55 PM IST

Sports

Latest News

ଅଟୋ ଡ୍ରାଇଭରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣେ ୨୦ ବର୍ଷୀୟ ଯୁବତୀ ଘଟାଇଥିବା କାଣ୍ଡ ସମସ୍ତଙ୍କୁ ଚକିତ କରିଛି। ଦୁଷ୍କର୍ମ ପରେ ଯୁବତୀ ଜଣଙ୍କ ଗୁରୁତର ହୋଇ ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ଗୁପ୍ତାଙ୍ଗରେ ନିଜେ ସର୍ଜିକାଲ ବ୍ଲେଡ ଭର୍ତ୍ତି କରି ଦେଇଛନ୍ତି। ଏଥିଯୋଗୁ ପ୍ରବଳ ରକ୍ତସ୍ରାବ ହେବାରୁ ଏବେ ଯୁବତୀ ଜଣଙ୍କ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ମୁମ୍ବାଇରେ ଚଳିତ ସପ୍ତାହରେ ଏପରି ଏକ ଘଟଣା ଘଟିଛି। ଯୁବତୀ ଜଣଙ୍କ ନିଜ ସହ ଏମିତି କାଣ୍ଡ ଘଟାଇବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଯୁବତୀ ଜଣଙ୍କ କାହିଁକି ଏମିତି କଲେ? ଏହା ପଛର କାରଣ ହେଲା ବାପା ମା’ଙ୍କ ଭୟ। ସେ ଦୁଷ୍କର୍ମର ଶିକାର ହୋଇଥିବାରୁ କାଳେ ବାପା ମା’ ତାଙ୍କୁ ଦଣ୍ଡ ଦେବେ, ସେହି ଭୟରେ ଯୁବତୀ ଜଣଙ୍କ ଏପରି ଭୟଙ୍କର ପଦକ୍ଷେପ ନେଇଛନ୍ତି।

ଦୁଷ୍କର୍ମ ଘଟଣାରେ ତାଙ୍କର କୌଣସି ଭୁଲ ନଥିବା ସେ ବାପା ମା’ଙ୍କୁ ଜଣାଇବାକୁ ଚାହୁଁଥିଲେ। ତାଙ୍କ ସହ ବଳପୂର୍ବକ ଏପରି ଲଜ୍ଜାଜନକ କାଣ୍ଡ ଘଟା ଯାଇଥିବା ସେ ସମସ୍ତଙ୍କୁ ଜଣାଇବା ପାଇଁ ଏମିତି କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ୍‌ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଗିରଫ କରିଛି। କିନ୍ତୁ ତଦନ୍ତରୁ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି।

Also Read

କ’ଣ ଥିଲା ପୂରା ଘଟଣା ?

୨୦ ବର୍ଷୀୟ ଯୁବତୀ ଜଣଙ୍କ ତାଙ୍କ ବାପା ମା’ଙ୍କ ସହ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ନାଲାସୋପାରାରେ ରୁହନ୍ତି। ଘଟଣା ଦିନ ସେ ଟ୍ରେନ ଯୋଗେ ମୁମ୍ବାଇ ଆସିଥିଲେ। ଏହାପରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ଅପହରଣ କରି ସମୁଦ୍ର କୂଳରେ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ଜଣଙ୍କ ପ୍ରଥମେ ପୁଲିସ୍‌କୁ କହିଥିଲେ।

ହେଲେ ପ୍ରାଥମିକ ଭାବେ ଯୁବତୀ ଜଣଙ୍କ ପୁଲିସ୍‌କୁ ଅର୍ଦ୍ଧସତ୍ୟ କହିଥିଲେ। ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି ଯେ ଅଟୋ ଡ୍ରାଇଭରଙ୍କ ସହ ଯୁବତୀ ଜଣଙ୍କ ପୂର୍ବରୁ ପରିଚିତ ଥିଲେ। ଉଭୟ ଅଟୋରେ ବିରାର ସ୍ଥିତ ଅର୍ଣ୍ଣାଲା ବିଚ୍‌କୁ ବୁଲିବାକୁ ଯାଇଥିଲେ। ଏହି ବିଚ୍‌ ଯୁବତୀଙ୍କ ଘର ଠାରୁ ମାତ୍ର ୧୨ କିମି ଦୂର। ସେଠାରେ ସେମାନେ ଗୋଟିଏ ଗେଷ୍ଟ ହାଉସରେ ରାତି କାଟିବାକୁ ଯୋଜନା କରିଥିଲେ। ହେଲେ ବୈଧ ପରିଚୟପତ୍ର ନଥିବାରୁ ସେମାନଙ୍କୁ ଗେଷ୍ଟ ହାଉସରେ ରୁମ ମିଳି ନଥିଲା। ତେଣୁ ସେମାନେ ସମୁଦ୍ର କୂଳରେ ହିଁ ରାତି କାଟିବାକୁ ନିଷ୍ପତ୍ତି ନେଇଥିଲେ।

ବିଚ୍‌ରେ ରହିବା ସମୟରେ ଡ୍ରାଇଭର ଜଣକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ। ବାସ୍‌ ଦୁଷ୍କର୍ମର ଶିକାର ହେବା ପରେ ଯୁବତୀଙ୍କ ଅକଲ ଗୁଡ଼ୁମ ହୋଇ ଯାଇଥିଲା। ଘରକୁ ଫେରିଲେ ବାପା ମା’ ତାଙ୍କୁ ମାଡ଼ ମାରିବେ ବୋଲି ସେ ଆଶଙ୍କା କରିଥିଲେ। ଏଥିପାଇଁ ଦୁଷ୍କର୍ମ ନାଟକକୁ ଆହୁରି ଭୟଙ୍କର ରୂପ ଦେବା ପାଇଁ ଯୁବତୀ ଜଣଙ୍କ ଚିନ୍ତା କରିଥିଲେ। 

ଏଥିପାଇଁ ସେ ପ୍ରଥମେ ଗୋଟିଏ ସର୍ଜିକାଲ ବ୍ଲେଡ କିଣିଥିଲେ। ଏହାପରେ ଏହି ବ୍ଲେଡକୁ ଗୋଟିଏ ପ୍ଲାଷ୍ଟିକ ପଲିଥିନରେ ଗୁଡ଼ାଇ ନିଜ ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲେ। କିଛି ଛୋଟ ଗୋଡ଼ି ମଧ୍ୟ ସେ ଗୁପ୍ତାଙ୍ଗରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ପ୍ରଥମେ ସେ କୌଣସି ଯନ୍ତ୍ରଣା ଅନୁଭବ କରି ନଥିଲେ। ଏଥିସହ ସମୁଦ୍ର କୂଳରୁ ନାଲାସୋପାରା ରେଳ ଷ୍ଟେସନ ଯାଏ ଆସିଥିଲେ। ରେଳ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କର ଯନ୍ତ୍ରଣା ବଢ଼ିଥିଲା। ଗୁପ୍ତାଙ୍ଗରୁ ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଥିଲା। ଶେଷରେ ସେ କୌଣସି ଉପାୟ ନ ପାଇ ସ୍ଥାନୀୟ ପୁଲିସ୍‌କୁ ଯୋଗାଯୋଗ କରିଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତରମାନେ ଜରୁରୀ ଅପରେସନ ଦ୍ୱାରା ଗୁପ୍ତାଙ୍ଗରେ ପଶିଥିବା ଜନିଷଗୁଡ଼ିକୁ ବାହାର କରିଥିଲେ। ଏହାପରେ ଯୁବତୀଙ୍କ ଅଭିଯୋଗ ଆଧାରରେ ଗୋଟିଏ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା। ଯୁବତୀ ଜଣଙ୍କ ଚେତା ଫେରିଲା ପରେ ପୁଲିସ ତାଙ୍କ ବୟାନ ରେକର୍ଡ କରିଥିଲା। ହେଲେ ତାଙ୍କ ବୟାନରେ ତାଳମେଳ ନ ରହିବାରୁ ପୁଲିସ୍‌ ତାଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲା। ଶେଷରେ ସେ କୌଣସି ଉପାୟ ନ ପାଇ ପୂରା ଘଟଣା ପୁଲିସ୍‌କୁ ଅବଗତ କରାଇଥିଲେ।

ପ୍ରଥମେ ଯୁବତୀ ଜଣଙ୍କ ଅନାଥ ବୋଲି କହିବା ସହ ସେ ବାରାଣସୀରେ ରୁହନ୍ତି ବୋଲି ପୁଲିସ୍‌କୁ ଅବଗତ କରାଇଥିଲେ। ହେଲେ ତାଙ୍କ ବାପା ମା’ ସାମ୍ନାକୁ ଆସିବାରୁ ପୁଲିସ୍‌ ଯୁବତୀଙ୍କ ଉପରେ ସନ୍ଦେହ କରିଥିଲା। ଏପରି କି ୨୦୨୩ରେ ମଧ୍ୟ ଯୁବତୀ ଜଣଙ୍କ ୨ ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଗୋଟିଏ ମୁମ୍ବାଇର ନିର୍ମଳ ନଗର ଓ ଆଉ ଗୋଟିଏ ଶିବାଜୀ ନଗରରେ ଦାଖଲ ହୋଇଥିଲା।

ଯୁବତୀଙ୍କ ବୟାନ ପରେ ପୁଲିସ୍‌ ବ୍ୟାପକ ସର୍ଚ୍ଚ ଅପରେସନ କରି ଅଭିଯୁକ୍ତ ଅଟୋ ଡ୍ରାଇଭର ରାଜ ରତନକୁ ଗୁରୁବାର ରାତିରେ ଗିରଫ କରିଛି। ତଥାପି ଯୁବତୀଙ୍କ ବୟାନରେ ତାଳମେଳ ରହୁ ନଥିବାରୁ ପୁଲିସ୍‌ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଯୁବତୀ ଜଣକ ମାନସିକ ରୋଗରେ ଆକ୍ରାନ୍ତ ଥିବା ପୁଲିସ୍‌ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story