ଗାଁ ଗାଁ ବୁଲି କରୁଥିଲେ ମନ୍ଦିରରୁ ଚୋରି

ସମୁଦାୟ ୧୯ ଟି ମନ୍ଦିର ଚୋରି କେସରେ ୮୦ ପ୍ରତିଶତ ଜିନିଷ ମିଳିଯାଇଛି। ବାକି ୬ ଟି ମନ୍ଦିର ଚୋରି କେସ ର ତଦନ୍ତ ଚାଲିଛି।

ଗିରଫ ହୋଇଥିବା ବ୍ୟକ୍ତି ଓ ଜବତ ହୋଇଥିବା ଅଳଙ୍କାର

  • Published: Sunday, 07 April 2024
  • , Updated: 07 April 2024, 05:35 PM IST

ମନ୍ଦିରରୁ ଚୋରି କରୁଥିବା ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଛି ବାଲେଶ୍ୱର ପୁଲିସ। ସେମାନଙ୍କଠାରୁ ଠାକୁରଙ୍କ ଅଳଙ୍କାର ଜବତ କରାଯାଇଛି। ଜବତ ଅଳଙ୍କାରର ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଗ୍ୟାଙ୍ଗର ୫ ଜଣ ଲୋକ ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ ଆଉ ଦୁଇ ଜଣ ବାଲେଶ୍ୱରର ବୋଲି ଯଣାପଡ଼ିଛି।

୫ ତାରିଖରେ ଚାନ୍ଦିପୁର ଅଞ୍ଚଳରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ରିମାଣ୍ଡ ନେବା ପରେ ପୁଣି ୩ ଜଣ ସାମ୍ନାକୁ ଆସିଛନ୍ତି। ସେମାନଙ୍କ ପାଖରୁ ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ‍ଆକଳନ କରାଯାଉଛି। ତେବେ ଏହି ଗ୍ୟାଙ୍ଗ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଥିବା ବହୁ ମନ୍ଦିରରୁ ପିତଳ ମୂର୍ତ୍ତି ସମେତ ରୂପାର ଅଳଙ୍କାର ଚୋରି କରି ଉଭାନ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ବ୍ୟକ୍ତି ମନ୍ଦିର ଅସବା ପତ୍ର ସହ ଅଳଙ୍କାର ଚୋରି କରୁଥିବା ବେଳେ ଆଉ ଦୁଇ ଜଣ ଏହିସବୁ ସାମଗ୍ରୀ କିଣୁଥିଲେ।

ତେବେ ଏନେଇ ସାଇବର ଟିମ ଓ ଜିଲ୍ଲା ଗୁଇନ୍ଦା ବିଭାଗ ଏମାନଙ୍କ ଉପରେ ଦୀର୍ଘ ଦିନଧରି ନଜର ରଖିଥିଲା। ଶେଷରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ତେବେ ସମୁଦାୟ ୧୯ ଟି ମନ୍ଦିର ଚୋରି କେସରେ ୮୦ ପ୍ରତିଶତ ଜିନିଷ ମିଳିଯାଇଛି। ବାକି ୬ ଟି ମନ୍ଦିର ଚୋରି କେସ ର ତଦନ୍ତ ଚାଲିଛି।

Related story