କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ପାଲଦାପୁଟ କାଜୁ ଜଙ୍ଗଲରୁ ୩୮୦କେଜି ୯୦୦ଗ୍ରାମର ଗଞ୍ଜେଇ ମାଛକୁଣ୍ଡ ପୁଲିସ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୮ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି।
Also Read
ପାଲଦାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ମାଛକୁଣ୍ଡ ପୁଲିସ ଖବର ପାଇଥିଲା। ଏନେଇ ଲମତାପୁଟ ଓ ମାଛକୁଣ୍ଡ ପୁଲିସ ମିଳିତ ଭାବେ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ। ପୁଲିସ ତାର ଟିମ୍ ସାହାଯ୍ୟରେ ଆଜି ପାଲଦାପୁଟ ଜଙ୍ଗଲରେ ଚଡାଉ କରିଥିଲା। ପୁଲିସର ଚଢାଉ ବେଳେ ଘଟଣା ସ୍ଥଳରୁ ଗଞ୍ଜେଇ ମାଫିଆ ମାନେ ଖସି ପଳାଇଥିଲେ। ଏପଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରି ନାହିଁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଗର୍ଲଫ୍ରେଣ୍ଡଙ୍କୁ ରୁମ୍ରେ ବନ୍ଦ କରି ଝୁଲିପଡ଼ିଲେ
ପୁଲିସ କହିଛି, ଯୁବତୀ ଜଣଙ୍କ ଏମର୍ଜେନ୍ସୀ କଲ୍ କରିଥିଲେ। ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଯୁବକ ଜଣଙ୍କୁ ଆମେ ଝୁଲନ୍ତା ଅବସ୍ଥାରେ ପାଇଥିଲୁ। ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ବନ୍ଦ କଠୋରୀରୁ ଉଦ୍ଧାର କରିଥିଲୁ।

National
ଘରେ ଖାଇବେ ବୋଲି ମା’ଙ୍କୁ ଫୋନ୍ କରି କହିଲେ ଡାକ୍ତର, କିନ୍ତୁ ସମୁଦ୍ରକୁ ଡେଇଁ ପଡ଼ିଲେ
ଡାକ୍ତରଙ୍କ ପତ୍ତା ମିଳିନଥିବା ବେଳେ ସେ ପ୍ରାୟ ମାସେ ହେଲା ମାନସିକ ଚାପରେ ରହୁଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

National
ସ୍ତ୍ରୀ ମରିବା ପର୍ଯ୍ୟନ୍ତ ତଣ୍ଟିରେ ଛିଡ଼ା ହେଲେ ସ୍ୱାମୀ
ଉଭୟ ସ୍ୱାମୀସ୍ତ୍ରୀ ବିଟେକ୍ କରି ବେଙ୍ଗାଲୁରୁରେ ଚାକିରି କରୁଥିଲେ।

Crime
ଭୂତ ଛଡ଼ାଇବା ନାଁରେ ମହିଳାଙ୍କୁ ପିଟିପିଟି ମାରିଦେଲେ, ଗୁଣିଆକୁ ଡାକିଥିଲା ପୁଅ
ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ପୁଅ, ଗୁଣିଗାରେଡି କରି ଭୂତ ଛଡ଼ାଉଥିବାର ଦାବି କରୁଥିବା ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଛି।

Crime
ବ୍ୟବସାୟୀ ଗୋପାଲ ଖେମକାଙ୍କ ହତ୍ୟା ଅଭିଯୁକ୍ତ ପୁଲିସ ଗୁଳିରେ ମୃତ
ପୁଲିସ୍ର କହିବା କଥା ଯେ ଗୋପାଲ ଖେମକାଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ବନ୍ଧୁକ ରାଜା ସପ୍ଲାଏ କରିଥିଲା। ସେ ଶୁଟର ଉମେଶର ଘନିଷ୍ଠ ସହଯୋଗୀ। ଉମେଶ ହେଉଛି ଗୋପାଲ ଖେମକା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ।