Advertisment

ମା' ଗୃହ ୱାଡେନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ

ପ୍ରେମ ଜନିତ କାରଣରୁ ଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ରହିଛି।

author-image
Tapaswini Nayak
Deadbody

Deadbody

ମା' ଗୃହ ପରିସରରୁ ୱାଡେନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ। ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ମାଝି। ଲକ୍ଷ୍ମୀଙ୍କ ଘର କାଶୀପୁର ବ୍ଲକ ନାକେଟିଗୁଡା ଗାଁରେ। ମୃତ ଲକ୍ଷ୍ମୀ ଦିବ୍ୟାଙ୍ଗ ଥିଲେ।

Advertisment

ଲକ୍ଷ୍ମୀ ୫ ବର୍ଷ ହେବ ଏକ ସ୍ଵେଚ୍ଛାସେବୀ ସଂସ୍ଥା ଦ୍ୱାରା ନିଯୁକ୍ତି ହୋଇ ଚନ୍ଦ୍ରପୁର ମା’ ଗୃହରେ ୱାଡେନ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଲକ୍ଷ୍ମୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମା' ଗୃହ ପରିସରରୁ ମିଳିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଲକ୍ଷ୍ମୀଙ୍କ ପରିବାରକୁ ଜଣାଇଥିଲେ। 

ଲକ୍ଷ୍ମୀଙ୍କର କିପରି ମୃତ୍ୟୁ ହେଲା, ତାଙ୍କ ଦେହରେ କିଏ ନିଆଁ ଲଗାଇଲା ତାର କାରଣ ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରେମ ଜନିତ କାରଣରୁ ଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ରହିଛି।  ପୁଲିସ ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ଘଟଣାର ତଦନ୍ତ କରୁଛି।

Advertisment
Rayagada