ରାଜଧାନୀ ଛାତି ଉପରେ ଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ମୃତା ଛାତ୍ରୀଜଣକ ୨ ଦ୍ୱିତୀୟ ବର୍ଷର ଛାତ୍ରୀ। ଉତ୍କଳିକା ସ୍ୱାଇଁ ବୋଲି ଜଣାଯାଇଛି।
ଉତ୍କଳିକାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ସେ ସଙ୍ଗୀତ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ। ସେ ଏକ ୩ ଜଣିଆ ହଷ୍ଟେଲ ରୁମ୍ରେ ରହୁଥିଲେ।
ଗତକାଲି ରାତିରେ କେହି ନ ଥିବା ବେଳେ ଉତ୍କଳିକା ନିଜ ରୁମ୍ରେ ଥିବା ଫ୍ୟାନ୍ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ। ଆଜି ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ ସହପାଠିନୀମାନେ କବାଟ ବାଡ଼େଇଥିଲେ। ମାତ୍ର କବାଟ ନଖୋଲିବାରୁ ଏନେଇ ପୁଲିସ୍କୁ ଖବର ଦେଇଥିଲେ।
Also Read
ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ଉତ୍କଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ପରିବାର ଲୋକେ ଝିଅର ଏପରି ମୃତ୍ୟୂକୁ ସହଜେ ଗ୍ରହଣ କରି ପାରି ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପିଇଓଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ୍
ଲୁଟେରାମାନେ ଫେରାର ମାରିବା ପୂର୍ବରୁ ପିଇଓ ଅର୍ଜୁନ ପାତ୍ରଙ୍କ ବାଇକକୁ ରାସ୍ତା ତଳକୁ ଏକ ଜମି ମଧ୍ୟକୁ ଠେଲି ଦେଇଥିଲେ। ତା’ ସହିତ ସେମାନେ ତାଙ୍କ ମୋବାଇଲ ଫୋନ୍କୁ ଫୋପାଡ଼ି ଦେଇଥିଲେ।

Crime
ମଣ୍ଡିରେ ଅନିୟମିତତା: ୨ ଅଧିକାରୀ ନିଲମ୍ବିତ
ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ୱରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା।

Crime
ନର୍କ ଯନ୍ତ୍ରଣାରୁ କେମିତି ମୁକୁଳିଲେ ନାବାଳିକା? ଫଟୋରୁ ଫିଟିଲା ଗୁମର
ଏକାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ଅପହରଣ କରି ନିଆଯିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଏପଟେ ଝିଅକୁ ନ ପାଇ ପରିବାର ଲୋକ ପୁଲିସ୍ର ଦ୍ୱାରସ୍ଥ ହେବାରେ ଲାଗିଥିଲେ।

Crime
ରାଗିଂର ଭୟଙ୍କର ଚିତ୍ର: ଗୁପ୍ତାଙ୍ଗରେ ଝୁଲାଉଥିଲେ ଡମ୍ବେଲ୍ସ, ଉଲଗ୍ନ କରି ମାରୁଥିଲେ ମାଡ଼
ଜୁନୟର ଛାତ୍ରଙ୍କୁ କିଛି ସିନିୟର ରାଗିଂ କରିବା ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଉଲଗ୍ନ କରିଛନ୍ତି। ସେମାନଙ୍କ ଗୁପ୍ତାଙ୍ଗରେ ଓଜନ ଦାର ଡମ୍ବେଲ୍ସକୁ ବାନ୍ଧି ଝୁଲାଇଛନ୍ତି। ଜେମୋଟ୍ରୀ ବକ୍ସ କମ୍ପାସରେ ସେମାନଙ୍କୁ ଆଘାତ ଦେବା ସହ ପ୍ରବଳ ମାଡ଼ ମାରିଛନ୍ତି।

Crime
ମଲା ଯାଏ କାହିଁକି ଜେଲ୍ରେ ରହିବେ ‘ଲଭ୍ ଗୁରୁ’?
ତ୍ରିବେଦୀ ପୂର୍ବରୁ ମଧ୍ୟ ୨ ଜଣ ଛାତ୍ରୀଙ୍କୁ ନିଜ ସହ ଭଗେଇ ନେଇଯିବା ସହ ଦୁଷ୍କର୍ମ କରିଥିଲେ। ସେ ଜଣେ ନିୟମିତ ଅପରାଧୀ ହୋଇଥିବାରୁ ଗୁଜରାଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ମଲା ଯାଏ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।