ଭଦ୍ରକ ଜିଲ୍ଲା ଧାମନଗର ଥାନା ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗାଁରେ ଏକ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘର ଲୋକେ ଶୋଇଥିବା ବେଳେ ଜଣେ କିମ୍ବା ତା’ଠାରୁ ଅଧିକ ଦୁର୍ବୃତ୍ତ ପଶି ସୁନାଅଳଙ୍କାର ସହିତ ନଗଦ ୨୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି।
Also Read
ଗାଁର ପୀତାମ୍ବର ପ୍ରଧାନଙ୍କ ଘରୁ ଏହି ଚୋରି ହୋଇଛି। ଦୁର୍ବୃତ୍ତ ଝରକା ଭାଙ୍ଗି ଭିତରେ ପଶିଥିଲେ। ଯେଉଁ ବକ୍ସରେ ସୁନା ଅଳଙ୍କାର ଥିଲା, ତାକୁ ଦୁର୍ବୃତ୍ତ ନେଇ ଯାଇଥିଲେ। ସେଥିରେ ପୀତାମ୍ବର ୨୦ ହଜାର ଟଙ୍କା ମଧ୍ୟ ରଖିଥିଲେ। ଉକ୍ତ ବକ୍ସକୁ ଗାଁଠାରୁ କିଛି ଦୂରରେ ଏକ ବିଲରୁ ମିଳିଛି।
ପୀତାମ୍ବର ଘଟଣା ନେଇ ଧାମନଗର ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଏହି ଘଟଣାରେ ଗାଁର କୌଣସି ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ପୁଲିସ୍ ସବୁ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଭୂତ ଛଡ଼ାଇବା ନାଁରେ ମହିଳାଙ୍କୁ ପିଟିପିଟି ମାରିଦେଲେ, ଗୁଣିଆକୁ ଡାକିଥିଲା ପୁଅ
ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ପୁଅ, ଗୁଣିଗାରେଡି କରି ଭୂତ ଛଡ଼ାଉଥିବାର ଦାବି କରୁଥିବା ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଛି।

Crime
ବ୍ୟବସାୟୀ ଗୋପାଲ ଖେମକାଙ୍କ ହତ୍ୟା ଅଭିଯୁକ୍ତ ପୁଲିସ ଗୁଳିରେ ମୃତ
ପୁଲିସ୍ର କହିବା କଥା ଯେ ଗୋପାଲ ଖେମକାଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ବନ୍ଧୁକ ରାଜା ସପ୍ଲାଏ କରିଥିଲା। ସେ ଶୁଟର ଉମେଶର ଘନିଷ୍ଠ ସହଯୋଗୀ। ଉମେଶ ହେଉଛି ଗୋପାଲ ଖେମକା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ।

Crime
ପକ୍ଷାଘାତ ସ୍ୱାମୀଙ୍କୁ ପ୍ରେମିକ ସହ ମିଶି କଲବଲ କରି ମାରିଲା ସ୍ତ୍ରୀ
୩୦ ବର୍ଷୀୟ ଦିଶା ୧୩ ବର୍ଷ ତଳେ ୩୮ ବର୍ଷୀୟ ଚନ୍ଦ୍ରଶେନଙ୍କୁ ବିବାହ କରିଥିଲା। ସେମାନଙ୍କର ୨ଟି ଝିଅ ଓ ଗୋଟିଏ ୬ ବର୍ଷର ପୁଅ ରହିଛନ୍ତି।

National
ଦୁର୍ଘଟଣା ଖୋଲିଦେଲା ଗୁମର! ମହଙ୍ଗା ପଡ଼ିଲା ଗ୍ୟାଙ୍ଗ ମୁଖିଆଙ୍କ ପତ୍ନୀଙ୍କ ସହିତ ଚୋରା ପୀରତି
ପୁଲିସ୍ କହିଛି ଯେ ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣାରେ ହିଁ ଇପ୍ପା ଗ୍ୟାଙ୍ଗ ମୁଖିଆର ପତ୍ନୀଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। କିନ୍ତୁ ୟା ଭିତରେ ଅରଶଦ ଟୋପୀ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି।

Crime
ବିଜେଡି କର୍ପୋରେଟରଙ୍କ ନାଁରେ ମାମଲା ରୁଜୁ
ଶ୍ରୀ ସରକାର ଅଭିଯୋଗ କରିଛନ୍ତି ଯେ ଗତ ୧ ତାରିଖ ସକାଳ ପ୍ରାୟ ୧୦ଟା ବେଳେ କର୍ପୋରେଟର ଚନ୍ଦନ ଜେନା ଅତି ନିର୍ଦ୍ଦୟ ଭାବେ ତାଙ୍କୁ ଆକ୍ରମଣ କରିଥିଲେ।