ବାଇକରେ ଆସିଲେ। ସୁନା ବ୍ୟବସାୟୀଙ୍କଠାରୁ ଝାମ୍ପିନେଲେ ଅଧ କେଜିରୁ ଅଧିକ ସୁନା ଅଳଙ୍କାର। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ନିକଟରେ।
ଆଜି ସକାଳେ ଜଣେ ସୁନା ବ୍ୟବସାୟୀ ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଦୋକାନ ଖୋଲିବାକୁ ଆସିଥିଲେ। ନିଜ ପାଖରେ ବ୍ୟାଗ ରଖି ଦୋକାନର ଚାବି ଖୋଲୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ବ୍ୟବସାୟୀଙ୍କ ପାଖରୁ ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ବ୍ୟାଗରେ ଅଧ କେଜିରୁ ଅଧିକ ସୁନା ଅଳଙ୍କାର ଥିବା ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣା ତଦନ୍ତ କରୁଛି।
Also Read
ରାସ୍ତାକଡ଼ରେ ଲାଗିଥିବା ସିସିଟିଭିରେ ଲୁଟ୍ ସମୟର ଦୃଶ୍ୟ କଏଦ ହୋଇଛି। ପୁଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦୁର୍ନୀତିଗ୍ରସ୍ତ ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତଙ୍କୁ ୪ବର୍ଷ ସଶ୍ରମ ଜେଲ୍, ଘରୁ ମିଳିଥିଲା ନଗଦ ୩ କୋଟି ଟଙ୍କା
୨୦୧୮ ନଭେମ୍ବର ୫ ତାରିଖରେ ସମ୍ବଲପୁର ଭିଜିଲାନ୍ସ ଥାନାର ଏକ ମାମଲାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଆଜି ଶ୍ରୀ ରାଉତଙ୍କୁ ୪ବର୍ଷ ସଶ୍ରମ ଜେଲ୍ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।
Crime
ସଂଗୀତ ନା ସାଂଘାତିକ ମହାବିଦ୍ୟାଳୟ?
ପିଲାମାନଙ୍କଠାରୁ ଧାର୍ଯ୍ୟ ଫି’ଠାରୁ ଅଧିକ ଅର୍ଥ ଆଦାୟ କରାଯିବା, କଲେଜ ଭିତରେ ଅଧ୍ୟାପକମାନେ ମଦ୍ୟପାନ କରିବା ଓ ହଷ୍ଟେଲ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଉଥିବାର ଅଭିଯୋଗ ଆସିଛି।
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
Crime
ହଂସିତା-ଅନୀଲ୍ଙ୍କ ଠକାମିର ପୋଲ୍ ଖୋଲିଲେ ତାଙ୍କ ପୂର୍ବତନ କର୍ମଚାରୀ!
ହଂସିତା-ଅନୀଲଙ୍କ ଅଫିସ୍ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X ପୁଲିସ୍କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିତା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା।