Advertisment

ଡମ୍ପର ଚଢ଼ାଇ ଦୁଇ ଜଣଙ୍କୁ ହତ୍ୟା

ଅଭିଯୁକ୍ତକୁ ପୁଲିସ ଥାନାରେ ନେଇ ଅଟକ ରଖିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Dumper

Dumper

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନଦୁଆଁ ଗାଁରେ ଜଣେ ଯୁବକ ଡମ୍ପର ମଡ଼ାଇ ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ସଞ୍ଜୁଲତା ପଲେଇ ଓ ପାଣୁ ପୁଷ୍ଟି। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତର ନାଁ ଭଞ୍ଜ ପୃଷ୍ଟି। ପୂର୍ବ ଶତ୍ରୁତାରୁ ଭଞ୍ଜ ପୃଷ୍ଟି ଏଭଳି ଏକ ଘଟଣା ଘଟାଇଥିବା କୁହାଯାଉଛି।

Advertisment

ସଞ୍ଜୁଲତାଙ୍କ ଦେଢ଼ଶୁର ବାବାଜୀ ପଲେଇ କହିଛନ୍ତି, ଭଞ୍ଜ ପୃଷ୍ଟି ଆମ ସଂପର୍କୀୟ। ସେ ଆମ ସାନ ମାମୁଙ୍କ ପୁଅ। ଆମେ ଛକରେ ଛିଡ଼ା ହୋଇଥିବା ବେଳେ ସେ ଗାଡ଼ି ଧରି ଆସିଥିଲା। ଗାଡ଼ିକୁ ଖଳାରେ ରଖିବା ପରେ ସେ ପାଟି କରି କହିଥିଲା ଯେ ଆଜି ସମସ୍ତଙ୍କୁ ମାରି ଦେବି। ତା’ପରେ ସେ ଗାଡ଼ିକୁ ଚଢ଼ି ଯାଇଥିଲା। ପ୍ରଥମେ ସେ ମୋର ଏକ ସ୍କୁଟି ଉପରେ ଡମ୍ପର ଚଢ଼ାଇ ଦେଇଥିଲା। ତା’ପରେ ଆମ ମଝିଆଁ ମାମୁ ଭାଲୁ ପୃଷ୍ଟିଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ତା’ ପରେ ସେ ମୋ ଭାଇବୋହୂ ସଞ୍ଜୁଲତା ପଲେଇଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଥିଲେ। ଏତିକିରେ ସେ ଅଟକି ନଥିଲେ। ଘର ଉପରେ ବି ଗାଡ଼ି ଚଢ଼ାଇ ଦେଇଥିଲେ। କିଛି ଶତ୍ରୁତା ନାହିଁ। ସେ କାହିଁକି ମାରିଲା ଜଣାନାହିଁ। ଆଗରୁ ସେ କହିଆସୁଥିଲା ଯେ ସମସ୍ତଙ୍କୁ ମାରିଦେବି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଯାଞ୍ଚ କରିଛି। ଅଭିଯୁକ୍ତ ଭଞ୍ଜ ପୃଷ୍ଟିକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁରେ ପୁଲିସ ମଧ୍ୟ ଉପସ୍ଥିତ ରହିଛି। 

Advertisment
Murder