Advertisment

ମାଟି ତଳେ ୪ ଦିନ ଧରି ପୋତି ହୋଇଥିଲେ, କାନ୍ଦ ଶୁଣି ଉଦ୍ଧାର କଲେ ପୁଲିସ

ଏକ ହତ୍ୟାକାଣ୍ଡର ତଦନ୍ତ ସମୟରେ ଆଶ୍ଚର୍ଯ୍ୟକର ଭାବେ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୁଲିସ।

author-image
Debibandita Barick
ଅଦ୍ୟତନ ହୋଇଛି
Man Rescued

Man Rescued

ମାଟି ତଳେ ୪ ଦିନ ଧରି କବର ଭିତରେ ରହିଥିବା ଜଣେ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୁଲିସ। ଏକ ହତ୍ୟାକାଣ୍ଡର ତଦନ୍ତ ପାଇଁ ଯାଇଥିବା ପୁଲିସ ଆଉ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଛି। ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ୟୁରୋପୀୟ ଦେଶ ମୋଲଡୋଭାରେ।

Advertisment

ସୂଚନା ଅନୁସାରେ, ପୁଲିସ ଏକ ୭୪ ବର୍ଷୀୟ ବୃଦ୍ଧାଙ୍କ ହତ୍ୟାକାଣ୍ଡର ତଦନ୍ତ ଚଳାଇଥିଲା। ଏହି ସମୟରେ ମାଟି ତଳେ ଜଣେ ବ୍ୟକ୍ତିଙ୍କ କାନ୍ଦିବାର ସ୍ୱର ଶୁଣିବାକୁ ପାଇଥିଲା। ଖୋଳତାଡ଼ କରିବା ପରେ ମାଟି ତଳୁ ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛି।

ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ତାଙ୍କର ଏପରି ଅବସ୍ଥା ପାଇଁ ଜଣେ ୧୮ ବର୍ଷୀୟ ଯୁବକ ଦାୟୀ। ସେ ଯୁବକଙ୍କ ସହ ମଦ୍ୟପାନ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଯୁବକ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ଜୀବନ୍ତ କବର ଦେଇ ଦେଇଥିଲା। 

Advertisment

ବାସ୍ତବରେ, ଉଦ୍ଧାର ହୋଇଥିବା ବୃଦ୍ଧ ଓ ମୃତ ବୃଦ୍ଧା ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ଏବଂ ଅଭିଯୁକ୍ତ ୧୮ ବର୍ଷୀୟ ଯୁବକ ସେମାନଙ୍କ ସମ୍ପର୍କୀୟ। ଏମାନେ ଜମୋଲଡୋଭାର ଉଷ୍ଟିଆରେ ନିଜ ଘରେ ରହୁଥିଲେ। ଯୁବକ ଜଣକ ବୃଦ୍ଧାଙ୍କୁ ହତ୍ୟା କରିବା ପରେ ବୃଦ୍ଧଙ୍କୁ ଆକ୍ରମଣ କରି କବର ଦେଇ ଦେଇଥିଲା। ଘର ଭିତରେ ବୃଦ୍ଧାଙ୍କ ମୃତଦେହ ପାଇବା ପରେ ତଦନ୍ତ ଚଳାଇଥିଲା।

ତଦନ୍ତ ସମୟରେ ପୂରା ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ବୃଦ୍ଧଙ୍କୁ ମାଟି ତଳୁ ଉଦ୍ଧାର କରିବାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛି, ଯାହା ଖୁବ୍ ଭାଇରାଲ୍ ହେଉଛି।

ଅନ୍ୟପଟେ ପୁଲିସ ୧୮ ବର୍ଷୀୟ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ମଧ୍ୟ ମୃତକ ଓ ଅଭିଯୁକ୍ତଙ୍କ ପରିଚୟ ଗୋପନ ରଖିଛି। 

Crime Moldova News