Advertisment

ଶିକାର ବେଳେ ଅଘଟଣ: ଭିଣୋଇର ଗୁଳିମାଡ଼ରେ ଶଳାର ମୃତ୍ୟୁ

ଶଳା,ଭିଣୋଇ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ।

author-image
Jitendra Garnayak
Dead Body

Dead Body

ଶିକାର କରିବାକୁ ଯାଇଥିବା ବେଳେ ଭିଣୋଇର ଗୁଳିମାଡ଼ରେ ଶଳାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ।

Advertisment

ମୃତକଙ୍କ ନାଁ କୈଳାସ ନାୟକ। ଗତକାଲି କୈଳାସ ଓ ତାଙ୍କ ଭିଣୋଇ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ଭିଣୋଇ ଫୁଟାଇଥିବା ଗୁଳିରେ କୈଳାସଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। ଏହା ଏକ ଅଘଟଣ ନା ଜାଣିଶୁଣି ହତ୍ୟା କରି ଅଘଟଣର ରୂପ ଦେବାକୁ ପ୍ରୟାସ କରାଯାଉଛି, ପୁଲିସ୍ ସେ ଦିଗରେ ତଦନ୍ତ ଜାରି ରଖିଛି। ପୁଲିସ ଅଭିଯୁକ୍ତ ତଥା ମୃତ କୈଳାସଙ୍କ ଭିଣୋଇଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
Murder