ଫଲକନାମା ଏକ୍ସପ୍ରେସରୁ ଜବତ ହୋଇଛି ୨୪ ଲକ୍ଷ ଟଙ୍କା। ତେଲେଙ୍ଗାନା ପୁଲିସ ଓ କଟକ ଆରପିଏଫର ମିଳିତ ସହଯୋଗରେ ବିହାରର ଦୁଇ ଯୁବକଙ୍କଠାରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ରାମନାରାୟଣ ଯାଦବ ଓ ଶେଖ୍ ସିରାଜ।
ଫଲକନାମା ଏକ୍ସପ୍ରେସରେ ଟଙ୍କା ଚାଲାଣ ହେଉଥିବା ତେଲେଙ୍ଗାନା ପୁଲିସ କୌଣସି ସୁତ୍ରରୁ ପାଇଥିଲା। ଏନେଇ କଟକ ଆରପିଏଫକୁ ସୂଚନା ଦେଇଥିଲା। ଗତକାଲି ଫଲକନୁମା ଏକପ୍ରେସ କଟକରୁ ଯାଜପୁର ଛାଡ଼ିବା ବେଳେ କଟକ ଆରପିଏଫ ଚଢ଼ାଉ କରିଥିଲା।
ଚଢ଼ାଉ ବେଳେ ଦୁଇ ଯୁବକଙ୍କ ଠାରୁ ୨୪ ଲକ୍ଷ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା ଆରପିଏଫ। ତେବେ ଏହି ଦୁଇ ଯୁବକ ଏତେ ଟଙ୍କା କେଉଁଠୁ ଆଣିଲେ, ଏହି ଟଙ୍କା ନେଇ ସେମାନେ କେଉଁଠୁ ଯାଉଥିଲେ ତାହା ଜଣାପଡ଼ିନାହିଁ। ପୁଲିସ ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
୧୯୮୨ରେ ନାବାଳିକାଙ୍କୁ ଦୁଷ୍କର୍ମ ସହ ୫୯ ଥର ଛୁରୀ ଭୁଷି ହତ୍ୟା କରିଥିଲା, ୪୩ ବର୍ଷ ପରେ ଧରାପଡ଼ିଲା
୧୯୮୨ ମସିହାରେ ଜଣେ ୧୫ ବର୍ଷର ଝିଅକୁ ଦୁଷ୍କର୍ମ କରିବା ସହ ୫୯ ଥର ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Crime
ଡ୍ରେନ ବିବାଦରୁ ଗଣ୍ଡଗୋଳ: ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲା ଯୁବକ
ମୃତ ବିମଳା ଦେବୀଙ୍କ ସ୍ୱାମୀ ମନୋଜ କୁମାର ସିଂହ ଜଣେ ସରକାରୀ ସ୍କୁଲର ଶିକ୍ଷକ। ଆକ୍ରମଣରେ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି।

Crime
ବାପାଙ୍କୁ ତଣ୍ଟି ଚିପି ମାରିଲା, ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କଲା
ପୁଲିସ୍ ସୂର୍ଯ୍ୟକୁ ଗିରଫ କରିଥିବା ବେଳେ ଏଯାଏ ତା’ ସାଙ୍ଗ ଫେରାର ରହିଛି। ସେହିପରି ହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ମଧ୍ୟ ପୁଲିସ ଉଦ୍ୟମ କରୁଛି।

Crime
ବାଂଶପାଳ ବ୍ଲକ ଅଧ୍ୟକ୍ଷ ଗିରଫ
ବାଂଶପାଳ ବିଡିଓ ରାଜା ରଂଜିତ ପ୍ରତାପ ବଳଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଦେହୁରୀ, ତାଙ୍କ ସହଯୋଗୀ ଶୁକଦେବ ମହାକୁଡ଼ ଓ ପଦ୍ମଲୋଚନ ଆରୁଖଙ୍କୁ ଗିରଫ କରିଛି।

Crime
ଡାକୁ ଦୁଲହନ୍: ୧୨ ଜଣଙ୍କୁ କେମିତି ଲଗାଇଥିଲେ ଚୂନ?
ବୟସ ମାତ୍ର ୨୧। କିନ୍ତୁ ଏହି ସ୍ୱଳ ବୟସ ମଧ୍ୟରେ ସେ ପ୍ରାୟ ୧୨ଟି ବିବାହ କରି ସାରିଥିଲେ।