Attack
ଅପହରଣ କରି ନେଇ ଲୁହା ରଡ଼ ଓ ଶାବଳରେ ପିଟି ଲହୁଲୁହାଣ କଲେ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱରର ନନ୍ଦନକାନନ ଥାନାରେ ଏହି ଘଟଣା ଘଟିଛି। ଆହତ ଯୁବକ ଜଣଙ୍କ ହେଲେ ସନ୍ତୋଷ ପଣ୍ଡା। ତାଙ୍କ ଘର ବରିମୁଣ୍ଡ ଗାଁରେ।
ଗତକାଲି କିଛି ଦୁର୍ବୃତ୍ତ ନମ୍ବର ପ୍ଲେଟରେ ବ୍ଲାକ ଟେପ୍ ଲଗାଇ ଏକ ଧଳା ରଙ୍ଗର ସ୍କର୍ପିଓ ନେଇ ଆସିଥିଲେ। ସନ୍ତୋଷଙ୍କୁ ଜରିପାଟଣା ଛକରୁ ଉଠାଇ ନେଇଥିଲେ। ପରେ ତାଙ୍କୁ ଗଣ୍ଡରପୁର ନଦୀ ପଠାକୁ ନେଇ ଲୁହା ରଡ଼ ଓ ଶାବଳରେ ପିଟି ଲହୁ ଲୁହାଣ କରି ଦେଇଥିଲେ। ସନ୍ତୋଷ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଜମି ଜମା ବିବାଦକୁ କେନ୍ଦ୍ର କରି ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ସନ୍ତୋଷଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।
ସନ୍ତୋଷ ପତ୍ନୀ କହିଛନ୍ତି, ମୋ ସ୍ୱାମୀକୁ ଜୀବନ ମରଣ ସହ ଲଢ଼ୁଛନ୍ତି। ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ତାଙ୍କୁ ଅପହରଣ ପରେ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିବା ତାଙ୍କ ପତ୍ନୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Attack_1733211117.jpg)