Advertisment

ମା’ ଓ ଝିଅଙ୍କୁ ନିର୍ମମ ଭାବେ ହତ୍ୟା କଲା ନାବାଳକ !

ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷୀୟ ଝିଅ ରାଇମଣି ନିକଟରେ ରହି ଦିନ ମଜୁରିଆ କାମ କରୁଥିଲେ।

author-image
Hemant Lenka
Odisha

Odisha

ମା’ ସହ ୬ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର। ବିଲ ମଝିରୁ ମା’ଙ୍କ କ୍ଷତାକ୍ତ ମୃତଦେହ ମିଳିଥିବା ବେଳେ ପୋଲ ତଳକୁ ଠାବ ହୋଇଛି ଝିଅର ରକ୍ତାକ୍ତ ମୃତଦେହ। ଜଣେ ନାବାଳକ ଏମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ନାବାଳକ ଜଣକ ପ୍ରଥମେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଛି। ସେ ହତ୍ୟା କରିବା ବେଳେ ମହିଳାଙ୍କ ଝିଅ ଏହାକୁ ଦେଖି ଦେଇଥିଲେ। ତେଣୁ ଅଭିଯୁକ୍ତ ଜଣକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପଥରରେ ଚେଛି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଇମଣି ଛକ ନିକଟରେ ଘଟିଥିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।

ରାଇମଣି ଗାଁ ବିଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଠାବ କରାଯାଇଥିବା ବେଳେ ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ସେହିପରି ତାଙ୍କ ୬ ବର୍ଷୀୟ ଝିଅର ମୃତଦେହ ବଙ୍ଗାଳିସାହି ନିକଟ ବିଲରୁ ଠାବ କରାଯାଇଛି। ହତ୍ୟା ସନ୍ଦେହରେ ନାବାଳକଙ୍କୁ ପୁଲିସ୍‌ ଅଟକ ରଖିଛି। ବକେୟା ଟଙ୍କାରୁ ଏପରି ହତ୍ୟାକାଣ୍ତ ଘଟିଥିବା କୁହାଯାଉଛି।

Advertisment

ଅଭିଯୋଗ ଅନୁଯାୟୀ, ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷୀୟ ଝିଅ ରାଇମଣି ନିକଟରେ ରହି ଦିନ ମଜୁରିଆ କାମ କରୁଥିଲେ। ଆଜି ସକାଳୁ ମା’ ଓ ଝିଅ ମେଡିକାଲ ଯାଇଥିଲେ। ପରେ ସ୍ଥାନୀୟ ଲୋକେ ମା’ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା। ସେହି ସ୍ଥାନରେ ଅଭିଯୁକ୍ତ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ।

ତେବେ କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା। ଲୋକଙ୍କୁ ଦେଖି ନାବାଳକଙ୍କ ଘଟଣାସ୍ଥଳକୁ ଖସି ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ଲୋକମାନେ ଲୋକେ ତାକୁ ଗୋଡେଇ ଗୋଡ଼ାଇ ଧରି ପୁଲିସ ଜିମା ଦେଇଥିଲେ।

ମୃତକଙ୍କ ସ୍ୱାମୀଙ୍କ ଅଭିଯୋଗ କରିଛନ୍ତି ଯେ ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଛି। ଏହାକୁ ଝିଅ ଦେଖିଦେବାରୁ ତାଙ୍କୁ ମଧ୍ୟ ସେ ପଥରରେ ଚେଛି ହତ୍ୟା କରିଛି। ପୁଲିସ୍‌ ଏବେ ଘଟଣାକୁ ସବୁ ଦିଗକୁ ବିଚାରକୁ ନେଇ ତଦନ୍ତ ଆରମ୍ଭ କରିଛି।

Odisha Murder Bhadrak