ଶୌଚ ପାଇଁ ଯାଇଥିବା ନାବାଳିକାଙ୍କୁ ଗଣବଳାତ୍କାର, ଜୀବନ ନେଇଗଲେ ଯୌନ ରାକ୍ଷସ

ଯୌନ ପିପାସୁଙ୍କ କବଳରେ ପଡ଼ିଗଲା ନାବାଳିକା। ଆଉ ଗଣବଳାତ୍କାରର ଶିକାର ହେଲେ ।

Representational Image

  • Published: Friday, 05 January 2024
  • , Updated: 05 January 2024, 10:44 AM IST

ଶୌଚ ପାଇଁ ଘରୁ ବାହାରକୁ ଯାଇଥିଲେ ନାବାଳିକା। ଭାବିଥିଲେ କିଛି ସମୟରେ ଘରକୁ ଫେରି ଆସିବେ। ମାତ୍ର ହଠାତ୍‌ ବଦଳିଗଲା ପୂରା ଦୁନିଆ। ଯୌନ ପିପାସୁଙ୍କ କବଳରେ ପଡ଼ିଗଲା ନାବାଳିକା। ଆଉ ଗଣବଳାତ୍କାରର ଶିକାର ହେଲେ । ୩ ଯୌନ ରାକ୍ଷସ ନାବାଳିକାଙ୍କ ଇଜ୍ଜତ ଲୁଟିବା ସହ ଜୀବନ ନେବାକୁ ବି ପଛାଇଲେ ନାହିଁ। ଏପରି ଏକ ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ତୁଷ୍ଟାପାଲି ଗାଁରେ ଘଟିଛି।

ଏନେଇ ସଇଁତଳା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର । ଗାଁର ୩ ଜଣ ଯୁବକଙ୍କ ସଂପୃକ୍ତି ଅଭିଯୋଗ ବି ଆଣିଛି ପରିବାର । ଗତ ବୁଧବାର ରାତିରେ ଝିଅ ଶୌଚ ପାଇଁ ଯାଇଥିବା ବେଳେ, ଆଉ ଘରକୁ ଫେରିନଥଲା । ପରିବାର ଲୋକ ଖୋଜାଖୋଜି କରିବା ପରେ ନଦୀ ପାଖରେ ଥିବା ଏକ ବୁଦା ମୂଳରୁ ସଂଜ୍ଞାହୀନ ଅବସ୍ଥାରେ ଝିଅକୁ ଉଦ୍ଧାର କରିଥିଲେ ।

ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୀଡ଼ିତା ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସଇଁତଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶତାଧିକ ବଜରଙ୍ଗ କର୍ମୀ । ଏନେଇ ସଇଁତଳା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ କେହି ବି ଗିରଫ ହୋଇ ନ ଥିବା ଜଣାଯାଇଛି।

Related story