Advertisment

କୋର୍ଟରୁ ଫେରିବା ବେଳେ ବାପାଙ୍କୁ ମାଡ଼ ମାରି ପୁଅକୁ ଉଠାଇ ନେଲେ

ନରେନ୍ଦ୍ରଙ୍କ ପତ୍ନୀ ପଦ୍ମାବତୀ ନାୟକ ଏନେଇ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ଅପହରଣକାରୀ ଯୁବକମାନେ ନରେନ୍ଦ୍ରଙ୍କ ଘରକୁ ଫୋନ କରି ୫ ଲକ୍ଷ ଟଙ୍କା ମାଗିଥିଲେ। ୫ ଲକ୍ଷ ଟଙ୍କା ଦେଲେ ପୁଅକୁ ପାଇବ, ନଚେତ ଜୀବନରୁ ମରିଦେବୁ ବୋଲି ଧମକ ଦେଇଥିଲେ।

author-image
Manoranjan Sial
Crime

Crime

କୋର୍ଟରୁ ଘରକୁ ଫେରିବା ବେଳେ ଅଧା ରାସ୍ତାରୁ ବାପାଙ୍କୁ ମାଡ଼ ମାରି ପୁଅକୁ ଉଠାଇ ନେଲେ ଦୁର୍ବୃତ୍ତ। ୫ ଲକ୍ଷ ଟଙ୍କା ଦେଲେ ପୁଅକୁ ଫେରାଇବୁ ବୋଲି ଧମକ ଦେଲେ। ଏପରି ଘଟଣା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଘଟିଥିଲା।

Advertisment

ନନ୍ଦିପଦା ଥାନା ପନ୍ଦାଡୋ ଗାଁର ନରେନ୍ଦ୍ର ନାୟକ ଓ ତାଙ୍କ ପୁଅ ସନାତନ ଏକ ମାମଲାରେ ହାଜର ହେବା ପାଇଁ ଆଜି ହାତଡ଼ିହି କୋର୍ଟକୁ ଯାଇଥିଲେ। କୋର୍ଟରେ ହାଜର ହୋଇ ଅପରାହ୍ନରେ ଘରକୁ ଫେରୁଥିଲେ। ତେବେ ନାହାଳିଆ ବ୍ରିଜ୍‌ ନିକଟରେ କିଛି ଯୁବକ ନରେନ୍ଦ୍ରଙ୍କୁ ମାଡ ମାରି ବିଲକୁ ଫିଙ୍ଗି ଦେଇଥିଲେ। ତାଙ୍କ ଆଖି ଆଗରୁ ପୁଅ ସନାତନଙ୍କୁ ଉଠାଇ ନେଇଥିଲେ। ଏ ସମ୍ପର୍କରେ ଖବରପାଇ ଗାଁ ଲୋକ ଓ ନରେନ୍ଦ୍ରଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନରେନ୍ଦ୍ରଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ନରେନ୍ଦ୍ରଙ୍କ ପତ୍ନୀ ପଦ୍ମାବତୀ ନାୟକ ଏନେଇ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ଅପହରଣକାରୀ ଯୁବକମାନେ ନରେନ୍ଦ୍ରଙ୍କ ଘରକୁ ଫୋନ କରି ୫ ଲକ୍ଷ ଟଙ୍କା ମାଗିଥିଲେ। ୫ ଲକ୍ଷ ଟଙ୍କା ଦେଲେ ପୁଅକୁ ପାଇବ, ନଚେତ ଜୀବନରୁ ମରିଦେବୁ ବୋଲି ଧମକ ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବା ଜଣାପଡ଼ିଛି।

Advertisment

ଅଭିଯୋଗରୁ ପ୍ରକାଶ, ପୂର୍ବରୁ ସନାତନ ଅନଲାଇନ ଗେମ ଖେଳି ଧାର କରଜ କରିଥିଲେ। ବହୁ ଲୋକଙ୍କଠାରୁ ଧାର ଟଙ୍କା ନେଇ ଫେରାଇ ନଥିଲେ। ସେହି ଅଭିଯୋଗରେ ସେ ଗିରଫ ହୋଇ ବେଲ୍‌ରେ ଆସିଥିଲେ। ସେହି ମାମଲାରେ ଆଜି କୋର୍ଟକୁ ଯାଇ ଫେରିବା ବାଟରେ ଏହି ଘଟଣା ଘଟିଥିବା କୁହାଯାଉଛି।

ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ

Crime Kendujhar