Advertisment

ଅଢ଼େଇ ବର୍ଷର ଛୁଆ କାନ୍ଦିବାରୁ ପିଟି ପିଟି ମାରିଦେଲା ସାବତ ବାପା

ଅଢ଼େଇ ବର୍ଷର ଝିଅର କାନ୍ଦ ଅଧୈର୍ଯ୍ୟ କରିପକାଇଲା। ଘରେ ପତ୍ନୀ ନଥିବା ବେଳେ ସାବତ ଝିଅକୁ ପିଟି ପିଟି ମାରିଦେଲା ରାକ୍ଷସ ରୂପୀ ବାପା।

author-image
Debadatta Aryashrestha
Symbolic Image

Symbolic Image

ହଜିଗଲା ମାନବିକତା। ଅଢ଼େଇ ବର୍ଷର ଝିଅକୁ ପିଟି ପିଟି ମାରିଦେଲା ସାବତ ବାପା। ସାବତ ଝିଅଟିର କାନ୍ଦ ନରହନ୍ତାକୁ ଅଧୈର୍ଯ୍ୟ କରିପକାଇଥିଲା। ଯାହା ଫଳରେ ରାକ୍ଷସ ରୂପୀ ବାପା ତାକୁ ପିଟି ପିଟି ଅତି ନିର୍ମମ ଭାବରେ ହତ୍ୟା କରିଛି। ମୁମ୍ବାଇ ମାନଖୁର୍ଦ ଅଞ୍ଚଳର ଆନ୍ନାଭାଉ ସାଠେ ନଗରରୁ ସାମ୍ନାକୁ ଆସିଛି ଏଭଳି ଲୋମହର୍ଷକ ଘଟଣା। ପୁଲିସ ଗିରଫ କରିବା ପରେ ସବୁ କଥା ସ୍ୱୀକାର କରିଛି ଅଭିଯୁକ୍ତ।

Advertisment

ସୂଚନା ଅନୁସାରେ, ମୃତ ପିଲାଟିର ନିଜ ବାପା ତା’ ମାଆଙ୍କୁ ଛାଡ଼ି ଦେଇଥିଲେ। ଏହାପରେ ମହିଳା ଜଣକ ୬ ମାସ ତଳେ ଏହି ଅଭିଯୁକ୍ତ ଟେମ୍ପୋ ଡ୍ରାଇଭରକୁ ବିବାହ କରିଥିଲେ। ହେଲେ ସାବତ ଝିଅ ହୋଇଥିବାରୁ ଅଭିଯୁକ୍ତ ପିଲାଟିକୁ ପସନ୍ଦ କରୁନଥିଲା। ତେଣୁ ପତ୍ନୀ ଘରେ ନଥିବା ସମୟରେ ଛୁଆକୁ ପିଟି ପିଟି ଅତି ନୃଶଂସ ଭାବରେ ହତ୍ୟା କରିଥିଲା। ଘରକୁ ଫେରିବା ପରେ ମହିଳା ଜଣକ ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ସେ ଏନେଇ ପୁଲିସରେ ଅଭିଯୋଗ ଦେଇଥିଲେ।

ମହିଳାଙ୍କ ଅଭିଯୋଗ ଅନୁସାରେ, ପୁଲିସ ଅଭିଯୁକ୍ତ ସାବତ ବାପାକୁ ଅଟକ ରଖି ପଚରାଉଚରା କରିବାରୁ ସତ କଥା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ କହିଛି ଯେ, ସେ ସବୁବେଳେ ଅଟୋ ଚଳାଇ ଘରକୁ ଫେରିବା ବେଳକୁ ଛୁଆ ଖୁବ ଜୋରରେ କାନ୍ଦୁଥାଏ। ତାକୁ ସମ୍ଭାଳିବା ମୁସ୍କିଲ ହୋଇଯାଏ। ସେଦିନ ରାତିରେ ମଧ୍ୟ ସମାନ ଘଟଣା ଘଟିଥିଲା। ଛୁଆଟି ଖୁବ ଜୋରରେ କାନ୍ଦିବାରୁ ଏଥିରେ ବିବ୍ରତ ହୋଇ ପିଲାଟିକୁ ପିଟି ପିଟି ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ। ଏହାପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Advertisment
Murder Man Killed Step Daughter Two Year Old Girl Killed