/odisha-reporter/media/post_attachments/uploadimage/library/16_9/16_9_0/IMAGE_1718090922.jpg)
Pritirekha jena
ପାରବାରିକ କଳହର କରୁଣ ପରିଣତି। ଦେଢଶୁର ଆକ୍ରମଣରେ ଭାଇ ବୋହୂର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଵାସୁଦେଵପୁର ଥାନା ଅଧୀନ ପ୍ରବୋଧପୁର ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପ୍ରୀତିରେଖା ଜେନା । ପୁଲିସ ଦେଢଶୁର ରତିକାନ୍ତ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି।
Advertisment
ଗତକାଲି ଅପରାହ୍ନରେ ପ୍ରୀତିରେଖା ଜେନା ଓ ରତିକାନ୍ତଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ରତିକାନ୍ତ ଉତ୍କ୍ଷିପ୍ତ ହୋଇ ଏକ ଲୁହା ରଡ୍ ଆଣି ପ୍ରୀତିରେଖା ରେଖାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ପରିବାର ଲୋକେ ପ୍ରୀତିରେଖାଙ୍କୁ ରକ୍ତଜୁଡ଼ୁବୁଡୁ ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରୀତିରେଖାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
