Advertisment

ଦେଢଶୁର ଆକ୍ରମଣରେ ଭାଇ ବୋହୂ ମୃତ

ପୁଲିସ ଦେଢଶୁର ରତିକାନ୍ତ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଦ୍ୟତନ ହୋଇଛି
Pritirekha jena

Pritirekha jena

Advertisment

ପାରବାରିକ କଳହର କରୁଣ ପରିଣତି। ଦେଢଶୁର ଆକ୍ରମଣରେ ଭାଇ ବୋହୂର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଵାସୁଦେଵପୁର ଥାନା ଅଧୀନ ପ୍ରବୋଧପୁର ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପ୍ରୀତିରେଖା ଜେନା । ପୁଲିସ ଦେଢଶୁର ରତିକାନ୍ତ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ଅପରାହ୍ନରେ ପ୍ରୀତିରେଖା ଜେନା ଓ ରତିକାନ୍ତଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ରତିକାନ୍ତ ଉତ୍‌କ୍ଷିପ୍ତ ହୋଇ ଏକ ଲୁହା ରଡ୍ ଆଣି ପ୍ରୀତିରେଖା ରେଖାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ପରିବାର ଲୋକେ ପ୍ରୀତିରେଖାଙ୍କୁ ରକ୍ତଜୁଡ଼ୁବୁଡୁ ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରୀତିରେଖାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe