ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମିଣ ବ୍ୟାଙ୍କ ଲୁଟ୍ ଘଟଣାରେ ଜଣକୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତିଙ୍କ ନାଁ ହେଉଛି ଅମିତ ଦାସ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାରେ।
ସୂଚନା ଅନୁସାରେ ୧୮ ତାରିଖରେ ବନ୍ଧୁକ ଦେଖାଇ ୯ ଲକ୍ଷ ରୁ ଅଧିକ ଟଙ୍କା ଲୁଟ କରିଥିଲେ ଦୁଇଜଣ ଦୁର୍ବୁତ୍ତ। ଏହି ମାମଲାରେ ବରଗଡ଼ ପୁଲିସ ପେଷାଦାର ଅପରାଧୀ ଅମିତକୁ ଗିରଫ କରିଛି। ତଦନ୍ତ ବେଳେ ଅମିତ ଠାରୁ ଗଞ୍ଜେଇ ସହ ବିଭିନ୍ନ କାରବାରରେ ବ୍ୟବହାର ହେଉଥିବା ୫ଟି କାର ୨ଟି ବାଇକ, ୭ଟି ମୋବାଇଲ ସହ ନଗଦ ୪ ଲକ୍ଷ ୨୬ ହଜାର ଟଙ୍କା ଜବତ ହୋଇଛି। ଅମିତଙ୍କ ନାଁ ରେ ପୂର୍ବରୁ ବରଗଡ଼, ସମ୍ବଲପୁର, ସୋନପୁର, ରାୟଗଡ଼, ବଲାଙ୍ଗୀର ଆଦି ଅଞ୍ଚଳର ବିଭିନ୍ନ ଥାନାରେ ୧୮ଟି ସଙ୍ଗିନ ମାମଲା ରହିଛି।
Also Read
ବରଗଡ଼ ଏସପିପି.ଏସ ମୀନା କହିଛନ୍ତି, ଅମିତ ଓରଫ ଗୁରୁଦେବକୁ ପୁଲିସ ବରଗଡ଼ କଟାପାଲିର ବ୍ରହ୍ମଚାରୀରୁ ଗିରଫ କରିଥିଲା। ଏବେ ଆଉ ଜଣେ ଫେରାର ଥିବା ବେଳେ ତାକୁ ମଧ୍ୟ ଧରିବାକୁ ପ୍ରୟାସ ଯାରିରଖିଛି ପୁଲିସ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପୁତୁରା ସହ ଅନୈତିକ ସମ୍ପର୍କ: ସ୍ୱାମୀଙ୍କୁ ହତ୍ୟା
ଧର୍ମେନ୍ଦ୍ରଙ୍କୁ ତାଙ୍କ ପତ୍ନୀ ରୀନା ଓ ପୁତୁରା ସତୀଶ ମିଳିତ ଭାବେ ହତ୍ୟା କରିଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଧର୍ମେନ୍ଦ୍ରଙ୍କୁ ରୀନା ଓ ସତୀଶଙ୍କ ପ୍ରେମ ସମ୍ପର୍କ ବିଷୟରେ ସୂଚନା ମିଳିଥିଲା।

Crime
ଲୁଟ ପାଇଁ ୨୫ ବିବାହ: ଲୁଟେରୀ ଦୁଲହନଙ୍କୁ ଫିଲ୍ମ ଷ୍ଟାଇଲ୍ରେ କେମିତି ଧରିଲା ପୁଲିସ୍?
ନିରୀହ ପୁରୁଷଙ୍କୁ ନିଜର ନକଲି ବିବାହ ଜାଲରେ ଫସାଉଥିଲେ, ସାଦାସିଧା କନ୍ୟା ଓ ଉପଯୁକ୍ତ ବୋହୂ ଭଳି ଅଭିନୟ କରିବା ପରେ ସୁଯୋଗ ଦେଖି ଅଳଙ୍କାର ଏବଂ ନଗଦ ଟଙ୍କା ଧରି ଚମ୍ପଟ ମାରୁଥିଲେ।

Crime
ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲା: ଫସିଗଲେ ପୁରୀର ପ୍ରିୟଙ୍କା, ଗିରଫ ଟ୍ରାଭେଲ ବ୍ଲଗର ଜ୍ୟୋତିଙ୍କ ସହିତ ଥିଲା ସଂପର୍କ
ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ବାନ୍ଧିବା ପରେ ତାଙ୍କ ଲିଙ୍କରେ ଥିବା ଆଉ ୭ ଜଣଙ୍କୁ ବି ଜେଲରେ ପୂରାଇଲାଣି ହରିୟାଣା ପୁଲିସ।

Crime
କଲେଜ ପାଖରେ ଡ୍ରଗ୍ସ, ଆଉ ଆତ୍ମହତ୍ୟା!
ନିକଟରେ ଦୁଇ ଜଣ ଛାତ୍ରୀଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚାରେ ଥିବା ଏକ ଶିକ୍ଷାନୁଷ୍ଠାନର ଆଖପାଖ ଅଂଚଳର କିଛି ଭେରାଇଟି ଷ୍ଟୋର, ଛୋଟ ଚା’ ଦୋକାନ ପାଖକୁ ଆମେ ଯାଇଥିଲୁ। ପଚାରିଲୁ ଗୋଗୋ ରୋଲ୍ ପେପର୍ ମିଳିବ? ଭାଙ୍ଗର ତନ୍ତୁରେ ତିଆରି ତିନିଟି ଅତି ପତଳା ପେପର ରହିଥିବା ଗୋଟିଏ ଷ୍ଟ୍ରିପ୍ର ଦାମ ମାତ୍ର 10 ଟଙ୍କା। ଏଥିରେ ବ୍ରାଉନସୁଗାର, କୋକେନ୍ ଓ ହେରୋଇନ୍ ଭଳି ପାଉଡର ରଖି ନାକରେ ସ୍ନୋର୍ଟିଂ କରୁଥିବା ଦେଖିବାକୁ ମିଳୁଛି।

Crime
ପୋଷ୍ୟ କନ୍ୟାର ପାପ, ପାଳିତା ମା’କୁ ମାରିଦେଲା
ଯେଉଁ ନବଜାତକୁ ଦିନେ ରାସ୍ତାକଡ଼ରୁ ପାଇ ନିଜ ଝିଅ ଭଳି ପାଳିଥିଲେ, ମାତ୍ର ୧୩ ବର୍ଷ ବୟସରେ ସେହି ଝିଅ ତାଙ୍କ ଜୀବନ ନେଇଗଲା।