ପାଟପୁର ଜଙ୍ଗଲକୁ ଶିକାର କରିବାକୁ ଯିବାବେଳେ ମାଡ଼ି ବସିଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଶିକାରୀ ଜଣଙ୍କ ହେଲେ ଦୁଲା ହାଁସଦା। ବନ ବିଭାଗ ଗିରଫ ଶିକାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଗୁଳି ଓ ବାଟୁଳି ସହିତ ଅନ୍ୟ ସରଞ୍ଜାମ ଜବତ କରିଛି।
ପାଟପୁର ସଂରକ୍ଷିତ ଜଙ୍ଗଲକୁ ଦୁଲା ଶିକାର କରିବା ଉଦ୍ଦେଶ୍ୟରେ ଯାଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏନେଇ ଯୋଜନା ମୁତାବକ ଛକି ରହିଥିଲା। ବାଟରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ବାଇକ ଯୋଗେ ଖସି ଯିବାକୁ ଉଦ୍ୟମ କରିଥିଲା ଦୁଲା। ହେଲେ ବନ ବିଭାଗ ଦୁଲାକୁ ଧରିବାରେ ସଫଳ ହୋଇଥିଲା।
Also Read
ଦୁଲା ହାଁସଦାର ଘର ଉଦଳା ଏନଏସି ଅଞ୍ଚଳରେ ହୋଇଥିବା ବେଳେ ସେ ନିଜ ଶ୍ୱଶୁର ଘର ଅଦାପାଳ ଅଞ୍ଚଳରେ ରହି ବିଭିନ୍ନ ସମୟରେ ଶିକାର କରୁଥିବା ଜଣାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଡାକ୍ତରରୁ ସିରିଏଲ କିଲର୍: ହତ୍ୟା କରି କୁମ୍ଭୀରଙ୍କୁ ଖୁଆଇ ଦେଉଥିଲା ମୃତଦେହ
କୁଖ୍ୟାତ ଅପରାଧୀ ଜଣଙ୍କ ପ୍ୟାରେଲୋରେ ଯିବା ପରେ ନିଜର ପରିଚୟ ବଦଳାଇ ରାଜସ୍ଥାନର ଦୌସାରେ ଥିବା ଆଶ୍ରମରେ ଆଶ୍ରୟ ନେଇଥିଲା।

Crime
ପୁତୁରା ସହ ଅନୈତିକ ସମ୍ପର୍କ: ସ୍ୱାମୀଙ୍କୁ ହତ୍ୟା
ଧର୍ମେନ୍ଦ୍ରଙ୍କୁ ତାଙ୍କ ପତ୍ନୀ ରୀନା ଓ ପୁତୁରା ସତୀଶ ମିଳିତ ଭାବେ ହତ୍ୟା କରିଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଧର୍ମେନ୍ଦ୍ରଙ୍କୁ ରୀନା ଓ ସତୀଶଙ୍କ ପ୍ରେମ ସମ୍ପର୍କ ବିଷୟରେ ସୂଚନା ମିଳିଥିଲା।

Crime
ଲୁଟ ପାଇଁ ୨୫ ବିବାହ: ଲୁଟେରୀ ଦୁଲହନଙ୍କୁ ଫିଲ୍ମ ଷ୍ଟାଇଲ୍ରେ କେମିତି ଧରିଲା ପୁଲିସ୍?
ନିରୀହ ପୁରୁଷଙ୍କୁ ନିଜର ନକଲି ବିବାହ ଜାଲରେ ଫସାଉଥିଲେ, ସାଦାସିଧା କନ୍ୟା ଓ ଉପଯୁକ୍ତ ବୋହୂ ଭଳି ଅଭିନୟ କରିବା ପରେ ସୁଯୋଗ ଦେଖି ଅଳଙ୍କାର ଏବଂ ନଗଦ ଟଙ୍କା ଧରି ଚମ୍ପଟ ମାରୁଥିଲେ।

Crime
ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲା: ଫସିଗଲେ ପୁରୀର ପ୍ରିୟଙ୍କା, ଗିରଫ ଟ୍ରାଭେଲ ବ୍ଲଗର ଜ୍ୟୋତିଙ୍କ ସହିତ ଥିଲା ସଂପର୍କ
ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ବାନ୍ଧିବା ପରେ ତାଙ୍କ ଲିଙ୍କରେ ଥିବା ଆଉ ୭ ଜଣଙ୍କୁ ବି ଜେଲରେ ପୂରାଇଲାଣି ହରିୟାଣା ପୁଲିସ।

Crime
କଲେଜ ପାଖରେ ଡ୍ରଗ୍ସ, ଆଉ ଆତ୍ମହତ୍ୟା!
ନିକଟରେ ଦୁଇ ଜଣ ଛାତ୍ରୀଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚାରେ ଥିବା ଏକ ଶିକ୍ଷାନୁଷ୍ଠାନର ଆଖପାଖ ଅଂଚଳର କିଛି ଭେରାଇଟି ଷ୍ଟୋର, ଛୋଟ ଚା’ ଦୋକାନ ପାଖକୁ ଆମେ ଯାଇଥିଲୁ। ପଚାରିଲୁ ଗୋଗୋ ରୋଲ୍ ପେପର୍ ମିଳିବ? ଭାଙ୍ଗର ତନ୍ତୁରେ ତିଆରି ତିନିଟି ଅତି ପତଳା ପେପର ରହିଥିବା ଗୋଟିଏ ଷ୍ଟ୍ରିପ୍ର ଦାମ ମାତ୍ର 10 ଟଙ୍କା। ଏଥିରେ ବ୍ରାଉନସୁଗାର, କୋକେନ୍ ଓ ହେରୋଇନ୍ ଭଳି ପାଉଡର ରଖି ନାକରେ ସ୍ନୋର୍ଟିଂ କରୁଥିବା ଦେଖିବାକୁ ମିଳୁଛି।