ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରା ମାଡ଼ କରି ୨ ଲକ୍ଷ ଲୁଟ୍। ରାଜଗାଙ୍ଗପୁର ଲୋମଲୋଇ ଛକରେ ଘଟିଛି ଏହି ଘଟଣା।
ଅଭିଯୋଗ ଅନୁସାରେ ପଦାଜାମପାଲିରେ ଥିବା ଏକ ପେଟ୍ରୋଲ ପମ୍ପର କର୍ମଚାରୀ ଅନୀଲ ତିୱାରୀ ଆଜି ଦିନ ପ୍ରାୟ ୧୦ ଟା ବେଳେ ୨ ଲକ୍ଷ ଟଙ୍କା ନେଇ ରାଜଗାଙ୍ଗପୁରର ଏକ ବ୍ୟାଙ୍କୁ ଯାଉଥିଲେ। ଲୋମଲୋଇ ନିକଟରେ ୪ ଜଣ ଯୁବକ ତାଙ୍କୁ ଅଟକାଇ ଛୁରୀ ଦ୍ୱାରା ଆକ୍ରମଣ କରି ଟଙ୍କା ଲୁଟି ନେଇ ଥିଲେ।
Also Read
ଆହତ ଅନୀଲ ତିୱାରୀଙ୍କୁ ପ୍ରଥମେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ଲୁଟ୍ ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ନିଆଁ ଲାଗି ମହିଳା ଗୁରୁତର
ବିଦ୍ୟୁତଲତାଙ୍କ ଦେହରେ କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇପାରିନି। ଏହି ଘଟଣା ବେଳେ ଘରେ ତାଙ୍କ ସ୍ୱାମୀ, ଝିଅ ଓ ନାତି ଥିଲେ।

Crime
ଜଙ୍ଗଲରୁ ୨ ନିଖୋଜ ନାବାଳକ ଭାଇଙ୍କ ତଣ୍ଟି କଟା ମୃତଦେହ ମିଳିବା ପରେ ହଇଚଇ
ଦୁଇ ଭାଇଙ୍କ ଗଳାକୁ ସମାନ ଶୈଳୀରେ କଟା ଯାଇଥିବା ବେଳେ ସେମାନଙ୍କ ମୃତଦେହ ଘର ଠାରୁ ୧୩ କିମି ଦୂର ଜଙ୍ଗଲରୁ ବୁଧବାର ଦିନ ମିଳିଥିଲା।

Crime
ବିବାହର ମିଛ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ, ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
ଛାତ୍ରୀଙ୍କଠାରୁ ଅଭିଯୋଗ ପାଇବା ପରେ ସମ୍ବଲପୁର ମହିଳା ଥାନା ପୁଲିସ୍ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ବୁଢ଼ାରାଜାର ପ୍ରଫେସର କଲୋନୀ ସ୍ଥିତ ତାଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରିଛି।

Crime
ଭୟ ନାହିଁ! ହସ୍ପିଟାଲରେ ବନ୍ଧୁକ ଧରି ପଶିଲେ, ରୋଗୀଙ୍କୁ ଗୁଳି କରି ମାରିଦେଲେ
୫ ଜଣ ଯୁବକ ବେଧଡ଼କ ଅନ୍ଦାଜରେ ହାତରେ ବନ୍ଧୁକ ଧରି ହସ୍ପିଟାଲରେ ପ୍ରବେଶ କରିବା ସହ ସେଠାରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବନ୍ଧୁକ ଧରି ହସ୍ପିଟାଲରେ ପ୍ରବେଶ କରୁଥିବା ଯୁବକମାନଙ୍କ ମୁହଁରେ ଭୟର କୌଣସି ଚିହ୍ନବର୍ଣ୍ଣ ନଥିବା ସିସିଟିଭି ଫୁଟେଜରୁ ଜଳଜଳ ହୋଇ ଦେଖିବାକୁ ମିଳିଛି।

Crime
ଘରକୁ ଫେରୁଥିବା ୧୦ ବର୍ଷୀୟ ଝିଅକୁ ଅପହରଣ ପରେ ଯୌନ ନିର୍ଯାତନା
ସିସିଟିଭିରୁ ଜଣାପଡ଼ିଛି ଯେ ନାବାଳିକା ଜଣଙ୍କ ରାସ୍ତାରେ ଚାଲି ଚାଲି ଆସୁଥିବା ବେଳେ ଜଣେ ବ୍ୟକ୍ତି ହଠାତ୍ ତାଙ୍କ ପାଖରେ ପହଞ୍ଚିଥିଲା। ନାବାଳିକା କିଛି ବୁଝିବା ଆଗରୁ ବ୍ୟକ୍ତି ଜଣକ ତାଙ୍କ ମୁହଁକୁ ବନ୍ଦ କରି ରାସ୍ତାରୁ ଉଠାଇ ନେଇଥିଲା।