ସାମାନ୍ୟ କଥାରୁ ଦୁଇ ଭାଇଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଆଉ ସେହି ପାଟିତୁଣ୍ଡରୁ ଫୁଟିଥିଲା ଗୁଳି। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୁଲିସ୍ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Also Read
ଶନିବାର ସକାଳରେ ଟାଙ୍ଗୀ ଥାନା ଦିକ୍ଷିତପଡା ଗାଁର ରବି ନାୟକ ଓ ତାଙ୍କ ସାନ ଭାଇ ଶିବ ନାୟକଙ୍କ ଭିତରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ସେହି ପାଟିତୁଣ୍ଡ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ରାଗି ଯାଇଥିଲେ ଶିବ ନାୟକ। ଆଉ ଉତ୍କ୍ଷିପ୍ତ ହୋଇ ଏକ ଦେଶୀ ବନ୍ଧୁକରେ ନିଜ ବଡ଼ ଭାଇ ରବି ନାୟକଙ୍କ ଉପରକୁ ଗୁଳି କରିଥିଲେ ଶିବ। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ରବି। ଗୁଳିଟି ରବିଙ୍କ ଦେହରେ ନବାଜି କାନ୍ଥରେ ବାଜିଥିଲା।
ଦୁଇ ଭାଇଙ୍କ ଗଣ୍ଡଗୋଳରୁ ଗୁଳି ଫୁଟିବା ଘଟଣା ପ୍ରଘଟ ହେବା ପରେ ଟାଙ୍ଗୀ ଥାନା ପୁଲିସ ଦିକ୍ଷିଉପଡା ଗାଁରେ ପହଞ୍ଚି ଥିଲା। ଦୁଇ ଭାଇଙ୍କୁ ଗିରଫ କରିବା ସହିତ ବେଆଇନ୍ ଭାବେ ଘରେ ରଖିଥିବା ଦେଶୀ ବନ୍ଧୁକ ଜବତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଫେରାର ହୋଇଯାଇଥିବା କହିଥିଲେ ଶାଶୁ ଘର ଲୋକ, କିନ୍ତୁ ସିମେଣ୍ଟ ସ୍ଲାବ ତଳୁ ମିଳିଲା ମହିଳାଙ୍କ ମୃତଦେହ
ଡ୍ରେନ ମରାମତି ପାଇଁ ପ୍ରାୟ ୨ ମାସ ତଳେ ଖୋଳାଖୋଳି କାମ ଚାଲିଥିଲା। ଏତିକି ବେଳେ ତନୁଙ୍କୁ ସେଠାରେ ପୋତି ଦିଆଯାଇଥିବା ପୁଲିସ୍ ସନ୍ଦେହ କରୁଛି।

Crime
ଗୋପାଳପୁର ଗଣଦୁଷ୍କର୍ମ ମନେ ପକାଇ ଦେଲା ୧୭ ବର୍ଷ ତଳର ଆଶିଷ ହତ୍ୟା ଘଟଣା, ଏଯାଏଁ ମିଳିନି ନ୍ୟାୟ
ଆଶିଷଙ୍କ ବାପା ନାରାୟଣ ତ୍ରିପାଠୀ ଜଣେ ଅବସରପ୍ରାପ୍ତ ପୁଲିସ ହାବିଲଦାର ହୋଇଥିଲେ ହେଁ ନ୍ୟାୟ ପାଇପାରି ନାହାନ୍ତି। ପୁଅକୁ ଝୁରି ଏବେ ବି ସେ କାନ୍ଦି ପକାନ୍ତି।

Crime
ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଲା, ଗିରଫ ହେବେ କି?
ବାରମ୍ବାର ସମନ ସତ୍ତ୍ୱେ ବିଷ୍ଣୁପଦ ସେଠୀ ହାଜର ନହେବାରୁ ଗତ ଫେବୃଆରୀ ମାସରେ ସିବିଆଇର ୮ ଜଣିଆ ଟିମ ତାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚଢ଼ାଉ କରିବା ସହ ଅନେକ କାଗଜପତ୍ର ଯାଞ୍ଚ କରିଥିଲା।

Crime
ହାଇକୋର୍ଟ ଗଲେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଥିବା ଆଇଏଏସ ଧୀମନ ଚକମା
୨୦୨୪ ଜାନୁଆରୀରୁ ସେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ।

National
ଯାହାକୁ ବାହା ହୋଇଥା’ନ୍ତା ପୁଅ, ତାକୁ ବାହା ହୋଇଗଲେ ବାପା
ସ୍ୱାମୀଙ୍କୁ ସନ୍ଦେହ କରିଥିଲେ ସ୍ତ୍ରୀ। କାରଣ ଘଣ୍ଟା ଘଣ୍ଟା ଧରି ସେ ଉକ୍ତ ଯୁବତୀଙ୍କ ସହିତ ଭିଡିଓ କଲ୍ରେ କଥା ହେଉଥିଲେ।