ବିବାହର ପ୍ରତିଶ୍ରୁତି ଦେଇ ସହକର୍ମୀଙ୍କୁ ଦୁର୍ଷ୍କମ କରିଥିଲେ ଆଇଟି ଇଂଜିନିୟର। ଘଟଣା ପରଠୁ ଫେରାର ଥିଲେ। ୬ମାସ ପରେ ଇଂଜିନିୟର ଜଣଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁବାସ ନାୟକ।
ସୁବାସ ନିଜ ଅଫିସର ଜଣେ ସହକର୍ମୀଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ। ଏହି ନେଇ ଜୁନ ମାସରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ଘଟଣା ପରଠାରୁ ଫେରାର ଥିଲେ ଅଭିଯୁକ୍ତ ସୁବାସ। ଫେରାର ଥିବା ସମୟରେ କୋର୍ଟରେ ଜାମିନ ଆବେଦନ କରିଥିଲେ ସୁବାସ। ହେଲେ କୋର୍ଟ ସୁବାସଙ୍କ ଜାମିନକୁ ନାମଞ୍ଜୁର କରିଥିଲେ।
ଶେଷରେ ୬ମାସ ପରେ ସୁବାସ ଭୁବନେଶ୍ୱର କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପୁଲିସ ସୁବାସଙ୍କୁ ଗିରଫ କରିଛି। ପରେ ଆଇଟି ଇଂଜିନିୟରଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରି ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
Crime
ହଂସିତା-ଅନୀଲ୍ଙ୍କ ଠକାମିର ପୋଲ୍ ଖୋଲିଲେ ତାଙ୍କ ପୂର୍ବତନ କର୍ମଚାରୀ!
ହଂସିତା-ଅନୀଲଙ୍କ ଅଫିସ୍ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X ପୁଲିସ୍କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିତା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା।
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।