Advertisment

ଦୀପାବଳି ପୂର୍ବରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ

ଦୀପାବଳି ପାଇଁ ଖାତିଗୁଡା ଗାଁର ଯୁବ ବ୍ୟବସାୟୀ ସୁରଜ କିଷାନ ମହାନ୍ତି ବହୁ ବାଣ ଗଚ୍ଛିତ କରି ରଖିଥିଲେ। ଯେଉଁଥିରେ ରହିଛି ରକେଟ, ଝୁରୁଝୁରି, ମରିଚ ବାଣ, ସୁତା ବାଣ, ଟାଇଗର, ବମ୍ବ ଭଳି ଭୟଙ୍କର ବାଣ।

author-image
Manoranjan Sial
Police

Police

ଦୀପାବଳି ପାଇଁ ନିଜ ଗୋଦାମରେ ବିପୁଳ ପରିମାଣର ବାଣ ଗଚ୍ଛିତ କରି ରଖିଥିଲେ। ଯାହାର ଅନୁମାନିକ ମୂଲ୍ୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ହେଲେ ଏଥିପାଇଁ ପୁଲିସ୍‌ ଓ ଅଗ୍ନିଶମ ବିଭାଗ ପାଖରୁ କୌଣସି ଅନୁମତି ନେଇନଥିଲେ। ନବରଙ୍ଗପୁର ଜିଲ୍ଲା ପୁଲିସ୍‌ ଅଚାନକ ଚଢ଼ଉ କରି ସବୁ ବାଣ ଜବତ କରିଛି।

Advertisment

ଦୀପାବଳି ପାଇଁ ଖାତିଗୁଡା ଗାଁର ଯୁବ ବ୍ୟବସାୟୀ ସୁରଜ କିଷାନ ମହାନ୍ତି ବହୁ ବାଣ ଗଚ୍ଛିତ କରି ରଖିଥିଲେ। ଯେଉଁଥିରେ ରହିଛି ରକେଟ, ଝୁରୁଝୁରି, ମରିଚ ବାଣ, ସୁତା ବାଣ, ଟାଇଗର, ବମ୍ବ ଭଳି ଭୟଙ୍କର ବାଣ। ସେ ସେଠାରେ ବିକ୍ରି ମଧ୍ୟ କରୁଥିଲେ। ତେବେ ଏଥିପାଇଁ ସେ ପ୍ରଶାସନଠାରୁ ଅନୁମତି ନେଇନଥିଲେ। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ୍‌ ଅଚାନକ ସେହି ଗୋଦାମରେ ଚଢ଼ଉ କରିଥିଲା।

ଚଢଉ ବେଳେ ପର୍ଯ୍ୟନ୍ତ ପରିମାଣର ବାଣ ମିଳିଥିଲା। ପୁଲିସ୍‌ ସବୁ ବାଣ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୨୦ ହଜାର ଟଙ୍କା ହେବ। ଏଥିସହ ବ୍ୟବସାୟୀଙ୍କ ନାଁରେ ଏମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Nabarangpur