ଛୁଆଙ୍କୁ ଲଗାଇ ଘରେ କଳାକନା ବୁଲାଉଥିଲେ ବିହାରୀ ବାପା-ମାଆ

ଦୁଇ ଭଉଣୀ ଲୁଟ୍‌ ସାମଗ୍ରୀ ଆଣି ନିଜ ମାଆ ସୁଧା ଓ ଅଞ୍ଜୁଙ୍କୁ ଦେଉଥିଲେ। ଏହା ପରେ ସମସ୍ତେ ସେଠାରୁ ଚମ୍ପଟ ମାରୁଥିଲେ। ରାସ୍ତାରେ ସେମାନଙ୍କୁ ଅପେକ୍ଷା କରୁଥିଲା ଚୋରିର ମାଷ୍ଟର ମାଇଣ୍ଡ ଅର୍ଥାତ ସୁଧା ଓ ଅଞ୍ଜୁଙ୍କ ସ୍ୱାମୀ ନବୀନ।

Loot PhotoOR

ଗିରଫ ହୋଇଥିବା ଚୋର

Manoranjan Sial
  • Published: Tuesday, 12 November 2024
  • Updated: 12 November 2024, 05:39 PM IST

ଛୋଟ ଛୋଟ ଝିଅ। କଅଁଳ ବୟସରେ ସେମାନେ ପାଠ ପଢ଼ିବା କଥା। ହେଲେ ଦୁର୍ଭାଗ୍ୟର ବିଷୟ ନିଜ ମାଆମାନେ ଛୁଆଙ୍କୁ ଚୋରି ପରି ବୃତ୍ତିରେ ନିୟୋଜିତ କରିଛନ୍ତି। ଏପରି ଏକ ବିହାରୀ ଦମ୍ପତିଙ୍କୁ ସମ୍ୱଲପୁର ପୁଲିସ୍। ଏହି ମାମଲାରେ ପୁଲିସ୍‌ ମାଷ୍ଟର ମାଇଁଣ୍ଡ ନବୀନ ଖେରୁଆଲ୍‌, ତାଙ୍କ ଦୁଇ ପତ୍ନୀ ସୁଧା ଓ ଅଞ୍ଜୁଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ତେବେ ନବୀନଙ୍କ ଦୁଇ ନାବାଳିକା ଝିଅଙ୍କୁ ପୁଲିସ୍‌ ବାଳ ସୁଧାର ଗୃହକୁ ପଠାଇଥିବା ଜଣାପଡ଼ିଛି।

ବିହାର ନବୀନ ଖେରୁଆଲ୍‌। ତାଙ୍କର ଦୁଇ ପତ୍ନୀ ହେଉଛନ୍ତି ସୁଧା ଖେରୁଆଲ୍‌ ଓ ଅଞ୍ଜୁ ଖେରୁଆଲ୍‌। ଉଭୟଙ୍କର ୨ଟି ଝିଅ ଅଛନ୍ତି। ଏମାନଙ୍କ ପେସା ହେଲା ଚୋରି କରିବା। ଭିକ ମାଗିବା ବାହାନାରେ ଦୁଇ ଝିଅକୁ ଧରି ଯାଉଥିଲେ ସୁଧା ଓ ଅଞ୍ଜୁ। ସେମାନେ ଘର ପାଖରେ ଛିଡ଼ା ହେଉଥିଲେ। ଆଉ ସମୟ ସୁବିଧା ଦେଖି ନିଜର ଦୁଇ ଝିଅଙ୍କୁ ଘର ଭିତରେ ପଶାଇ ଦେଉଥିଲେ। କ୍ଷଣକ ଭିତରେ ଦୁଇ ଝିଅ ଘରେ କଳା କନା ବୁଲାଇ ଦେଉଥିଲେ। ଘରେ ଥିବା ସବୁ ଅଳଙ୍କାର ଓ ଟଙ୍କା ଲୁଟ୍‌ କରି ପଳାଇ ଆସୁଥିଲେ।

Also Read

ଦୁଇ ଭଉଣୀ ଲୁଟ୍‌ ସାମଗ୍ରୀ ଆଣି ନିଜ ମାଆ ସୁଧା ଓ ଅଞ୍ଜୁଙ୍କୁ ଦେଉଥିଲେ। ଏହା ପରେ ସମସ୍ତେ ସେଠାରୁ ଚମ୍ପଟ ମାରୁଥିଲେ। ରାସ୍ତାରେ ସେମାନଙ୍କୁ ଅପେକ୍ଷା କରୁଥିଲା ଚୋରିର ମାଷ୍ଟର ମାଇଣ୍ଡ ଅର୍ଥାତ ସୁଧା ଓ ଅଞ୍ଜୁଙ୍କ ସ୍ୱାମୀ ନବୀନ। ସେ ଚୋରି ମାଲ୍‌ ଧରି ନିଜ ସାଥୀ ପରମାଲ୍‌ ଖେରୁଆଲ୍‌ ସହ ବିହାର ପଳାଇ ଯାଉଥିଲେ। ପରବର୍ତ୍ତୀ ସମୟରେ ପୂରା ଗ୍ୟାଙ୍ଗ ଅନ୍ୟ ସ୍ଥାନକୁ ପଳାଇ ଯାଉଥିଲା। ଯେଉଁଥିପାଇଁ ପୁଲିସ୍‌ ହାତରେ ଧରା ପଡ଼ୁନଥିଲେ। ହେଲେ ଆଜି ଏପରି ଏକ ଗ୍ୟାଙ୍ଗକୁ ଧରିଛି ସମ୍ୱଲପୁର ପୁଲିସ୍‌। ଏହି ମାମଲାରେ ପୁଲିସ୍‌ ନବୀନ ଖେରୁଆଲ୍‌, ତାଙ୍କର ଦୁଇ ପତ୍ନୀ ସୁଧା ଓ ଅଞ୍ଜୁ ଏବଂ ସାଥୀ ପରମାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସେମାନଙ୍କର ଦୁଇ ଝିଅକୁ ପୁଲିସ୍‌ ବାଳ ସୁଧାର ଗୃହକୁ ପଠାଇଥିବା ଜଣାପଡ଼ିଛି।

ସଦର ଏସ୍‌ଡିପିଓ ତୋଫାନ ବାଗଙ୍କ କହିବା ଅନୁସାରେ ଅଇଁଠାପାଲି ଥାନା ବୁଢାରଜା ଦେହରୀପାଲି ଅଞ୍ଚଳରେ ଏକ ଭଡ଼ା ଘରେ TPWର ଇଞ୍ଜିନିୟର ଜ୍ୟୋତି ପ୍ରକାଶ ମହାନ୍ତି ଓ ତାଙ୍କ ସ୍ତ୍ରୀ ରହୁଥିଲେ। ଗତ ୯ ତାରିଖ ସକାଳ ପ୍ରାୟ ୯ଟା ୪୦ ମିନିଟ୍‌ ବେଳେ ଜ୍ୟୋତିପ୍ରକାଶ ଅଫିସ୍‌ ଯାଇଥିଲେ। ସ୍ୱାମୀ ଅଫିସ୍‌ ଗଲା ପରେ ତାଙ୍କ ପତ୍ନୀ ଅଜଣତରେ କବାଟ ଖୋଲା କରି ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଯାଇଥିଲେ। ସେହି ସମୟରେ ତାଙ୍କ ଘରୁ ଚୋରି ହୋଇଥିଲା। ଗୋଦରେଜ୍‌ରେ ଥିବା ସବୁ ସୁନା, ରୁପା ଓ ଟଙ୍କା ଅଙ୍କାର ଚୋରି କରି ନେଇଥିଲେ ଦୁର୍ବୃତ୍ତ। ଚୋରି ହୋଇଥିବା ନେଇ ଜ୍ୟୋତିପ୍ରକାଶ ପତ୍ନୀ ନିଜ ସ୍ୱାମୀ ଓ ସାହି ପଡ଼ୋଶାଙ୍କୁ ଜଣାଇଥିଲେ। ସେତେବେଳେ ସ୍ଥାନୀୟ ଲୋକ ୨ ଜଣ ମହିଳା ଓ ୨ ଛୁଆଙ୍କୁ ଧରି ପୁଲିସ୍‌କୁ ଦେଇଥିଲେ। ହେଲେ ପୁଲିସ୍‌ ସେମାନଙ୍କଠାରୁ କୌଣସି ଟଙ୍କା ଓ ଅଳଙ୍କାର ପାଇନଥିଲା। କିନ୍ତୁ ସେମାନେ ବିହାରୀ ବୋଲି ଜଣାପଡ଼ିଥିଲା। ଭିକ୍ଷାବୃତ୍ତି କରୁଥିବା ସେମାନେ କହିଥିଲେ। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ୍‌ କ୍ଷେତରାଜପୁର ଅଞ୍ଚଳରେ ବୁଲାବୁଲି କରୁଥିବା ଜଣେ ବ୍ୟକ୍ତି ଧରିଥିଲା। ତାଙ୍କ ତଥ୍ୟ ଆଧାରରେ ପୁଲିସ୍‌ର ଏକ ଟିମ୍‌ ବିହାର ଯାଇଥିଲା। ହେଲେ ସେଠାରୁ ଖାଲି ହାତରେ ଫେରିଥିଲା। ପରବର୍ତ୍ତୀ ସମୟରେ ରାଉରକେଲା ସେମାନଙ୍କଠାରୁ ଲୁଟ୍‌ ଅଳଙ୍କାର ଓ ଟଙ୍କା ଜବତ କରିଥିଲା। ଏହି ଲୁଟ୍‌ରେ ଆଉ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନଙ୍କୁ ଗିରଫକରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story