ଯାଜପୁର ଜିଲ୍ଲା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସର ଥିବା ଏକ ଗଛରୁ SCOଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ SCO ଜଣଙ୍କ ହେଲେ ସୁରେଶ ମଲ୍ଲିକ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦ ପୁର ଅଞ୍ଚଳରେ।
ଆଜି ସକାଳେ ସୁରେଶ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ଏକ ଗଛରେ ଝୁଲୁଥିବା ୱାଚ୍ ମ୍ୟାନ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ସୁରେଶଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ସୁରେଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ।।
ସୁରେଶଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଖବର ଦିଆଯାଇଛି। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ବରୀ ବ୍ଲକ ଦାୟିତ୍ୱରେ ଥିଲେ ସୁରେଶ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କିଟ୍ଟୀ ପାର୍ଟି କରି କୋଟି କୋଟି ଟଙ୍କାର ଠକେଇ, ମହିଳାଙ୍କୁ ବାନ୍ଧିଲା ପୁଲିସ
ସବିତାଙ୍କ ଚିକ୍କଣ କଥାରେ ଭାସି ଯାଇ ଲକ୍ଷ ଲକ୍ଷ ଟଙ୍କା ଦେଇ କାନ୍ଦୁଛନ୍ତି ୨୦ରୁ ଅଧିକ ମହିଳା।

National
ଗର୍ଲଫ୍ରେଣ୍ଡଙ୍କୁ ରୁମ୍ରେ ବନ୍ଦ କରି ଝୁଲିପଡ଼ିଲେ
ପୁଲିସ କହିଛି, ଯୁବତୀ ଜଣଙ୍କ ଏମର୍ଜେନ୍ସୀ କଲ୍ କରିଥିଲେ। ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଯୁବକ ଜଣଙ୍କୁ ଆମେ ଝୁଲନ୍ତା ଅବସ୍ଥାରେ ପାଇଥିଲୁ। ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ବନ୍ଦ କଠୋରୀରୁ ଉଦ୍ଧାର କରିଥିଲୁ।

National
ଘରେ ଖାଇବେ ବୋଲି ମା’ଙ୍କୁ ଫୋନ୍ କରି କହିଲେ ଡାକ୍ତର, କିନ୍ତୁ ସମୁଦ୍ରକୁ ଡେଇଁ ପଡ଼ିଲେ
ଡାକ୍ତରଙ୍କ ପତ୍ତା ମିଳିନଥିବା ବେଳେ ସେ ପ୍ରାୟ ମାସେ ହେଲା ମାନସିକ ଚାପରେ ରହୁଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

National
ସ୍ତ୍ରୀ ମରିବା ପର୍ଯ୍ୟନ୍ତ ତଣ୍ଟିରେ ଛିଡ଼ା ହେଲେ ସ୍ୱାମୀ
ଉଭୟ ସ୍ୱାମୀସ୍ତ୍ରୀ ବିଟେକ୍ କରି ବେଙ୍ଗାଲୁରୁରେ ଚାକିରି କରୁଥିଲେ।

Crime
ଭୂତ ଛଡ଼ାଇବା ନାଁରେ ମହିଳାଙ୍କୁ ପିଟିପିଟି ମାରିଦେଲେ, ଗୁଣିଆକୁ ଡାକିଥିଲା ପୁଅ
ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ପୁଅ, ଗୁଣିଗାରେଡି କରି ଭୂତ ଛଡ଼ାଉଥିବାର ଦାବି କରୁଥିବା ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଛି।