Advertisment

କାଜୁ ତୋଳିବା ବେଳେ ୨ ଜଣଙ୍କୁ ଗୁଳିମାଡ଼

କାଜୁ ତୋଳିବା ବେଳେ ପଛରୁ ଉଭୟଙ୍କୁ କେହି ଜଣେ ଗୁଳି ମାଡ଼ କରିଥିଲା।

firing

Firing

Advertisment

୨ ଜଣଙ୍କୁ ଗୁଳିମାଡ଼। ଗଞ୍ଜାମ ଜିଲ୍ଲା ପୋଲସରାରେ କାଜୁ ତୋଳିବା ବେଳେ ୨ ଜଣଙ୍କୁ ଗୁଳିମାଡ଼ ହୋଇଛି। ୨ ଆହତ ହେଲେ ଅବକାଶ ଜାନି ଓ ରଘୁନାଥ ଜାନି। ତାଙ୍କ ଘର କରସିଙ୍ଗି ପଞ୍ଚାୟତ ପୋକସୁଙ୍ଗା ଗାଁରେ। ଗାଁ ପାଖ ଜଙ୍ଗଲରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।

Advertisment

ସୂଚନା ଅନୁସାରେ ଆଜି ଉଭୟ ଅବକାଶ ଜାନି ଓ ରଘୁନାଥ ଜାନି କାଜୁ ତୋଳିବା ଲାଗି ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ। କାଜୁ ତୋଳିବା ବେଳେ ପଛରୁ ଉଭୟଙ୍କୁ କେହି ଜଣେ ଗୁଳି ମାଡ଼ କରିଥିଲା। ଫଳରେ ଅବକାଶ ଗୋଡ଼ରେ ୩ ରାଉଣ୍ଡ ଗୁଳି ଓ ରଘୁନାଥ ଗୋଡ଼ରେ ୩ ରାଉଣ୍ଡ ଗୁଲି ବାଜିଥିଲା। 

ଉଭୟ ରକ୍ତାକ୍ତ ଅବସ୍ତାରେ ଜଙ୍ଗଲରେ ପଡ଼ିଗଲେ। ଘରକୁ ଫୋନ୍‌ କରି ସୂଚନା ଦେବା ପରେ ଘର ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଉଭୟଙ୍କୁ ସେଠାରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଛି। ଏନେଇ ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

Advertisment
Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe