Advertisment

୧୦୦୦ କେଜି ଗଞ୍ଜେଇ ଜବତ; ମାଷ୍ଟରମାଇଣ୍ଡ ସହ ୪ ଗିରଫ

ଜବତ ହୋଇଥିବା ଗଞ୍ଜେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେବା ପାଇଁ ଗାଡ଼ିରେ ଲୋଡ୍‌ ହୋଇ ରଖାଯାଇଥିଲା। ହେଲେ ଚାଲାଣ ପୂର୍ବରୁ ସେହି ଗଞ୍ଜେଇକୁ ଜବତ କରିଛି ଏସ୍‌ଟିଏଫ୍‌।

STF

STF

Advertisment

ଏସ୍‌ଟିଏଫ୍‌କୁ ଆଜି ବଡ଼ ସଫଳତା ମିଳିଛି। ସକାଳେ ସକାଳେ ଦେବଗଡ଼ ଜିଲ୍ଲାରେ ଚଢ଼ଉ କରି ୧୦୦୦ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଗଞ୍ଜେଇ ଚାଲାଣର ମାଷ୍ଟରମାଇଣ୍ଡ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇ ଡେଲିଭରୀ ପାଇଁ ଗାଡ଼ିରେ ଲୋଡ୍‌ ହୋଇ ଛିଡ଼ା ହୋଇଥିଲା।

Advertisment

ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ଆଜି ଭୋରୁ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବଞ୍ଜାରୀ ଗାଁରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୩ଟି ଗାଡ଼ିରେ ଲୋଡ୍‌ ହୋଇଥିବା ପ୍ରାୟ ଏକ ଟନ୍‌ ଓଜନର ଗଞ୍ଜେଇ ଜବତ କରିଥିଲା। ଏଥିସହ ୩ଟି ଗାଡ଼ିକୁ ମଧ୍ୟ ଜବତ କରିଥିଲା। ଗଞ୍ଜେଇ କାରବାର ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌। ଗିରଫ ୪ ଜଣଙ୍କ ଭିତରୁ ସମ୍ୱଲପୁର ଜିଲ୍ଲାର ଆଶିଷ ବାରିକ ହେଉଛନ୍ତି ଜଣେ ପେଶାଦାର ଗଞ୍ଜେଇ ମାଫିଆ। ଅନ୍ୟ ଅଭିଯୁକ୍ତମାନେ ହେଲେ ବରଗଡ଼ର ସୁବାସ ସିକଦାର, ଅନୁଗୋଳ ଜିଲ୍ଲାର ରତ୍ନା କିଶୋର ସାହୁ ଓ ସମିତି ନାୟକ।

ଜବତ ହୋଇଥିବା ଗଞ୍ଜେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେବା ପାଇଁ ଗାଡ଼ିରେ ଲୋଡ୍‌ ହୋଇ ରଖାଯାଇଥିଲା। ହେଲେ ଚାଲାଣ ପୂର୍ବରୁ ସେହି ଗଞ୍ଜେଇକୁ ଜବତ କରିଛି ଏସ୍‌ଟିଏଫ୍‌। ଏହି ଗଞ୍ଜେଇ କାରବାରର ମାଷ୍ଟରମାଇଣ୍ଡ ହେଉଛି ଆଶିଷ କୁମାର ବାରିକ। ସେ ପୂର୍ବରୁ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଥିଲା। ୨୦୨୧ ମସିହାରେ ରାୟଗଡ଼ାରୁ କଣ୍ଟାମାଳକୁ ୧୯୯୫ କେଜି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଥିଲା। ପରବର୍ତ୍ତୀ ସମୟରେ ବେଲ୍‌ରେ ଆସି ଗଞ୍ଜେଇ କାରବାରରେ ମାତିଥିଲା। ଆଗକୁ ମଧ୍ୟ ଏପରି ସ୍ପେଶାଲ ଡ୍ରାଇଭ୍‌ ଚାଲିବ ବୋଲି ଏସ୍‌ଟିଏଫ୍‌ ତରଫରୁ କୁହାଯାଇଛି।

Advertisment
Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe