Advertisment

ଜେଲରେ ହାତାହାତି: ଇନ୍‌ଫର୍ମର ସନ୍ଦେହରେ ଜଣେ କଏଦୀକୁ ବହେ ପିଟିଲେ

ସଂଘବଦ୍ଧ ଆକ୍ରମଣରେ ଜଣେ କଏଦୀ ଆହତ ପରେ ୭ ଜଣଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
Khurda Jail

Khurda Jail

ଖୋର୍ଦ୍ଧା ଜେଲର ଅନ୍ତେବାସୀଙ୍କ ମଧ୍ୟରେ ହାତାହାତି। ପୁଲିସକୁ ସୂଚନା ଦେଉଥିବା ଅଭିଯୋଗ କରି ଜଣେ କଏଦୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏହାକୁ ନେଇ ଖୋର୍ଦ୍ଧା ଟାଉନ ଥାନାରେ ୭ ଜଣଙ୍କ ନାଁରେ ଏତଲା ଦେଇନ୍ତି ଜେଲ୍ ସୁପରିଟେଣ୍ଡେଣ୍ଟ କୃଷ୍ଣଚନ୍ଦ୍ର ରାଉତ। ତେବେ ୭ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ।

Advertisment

ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା କାରାଗାର। ଜେଲର ଢିଲା ସୁରକ୍ଷା ବ୍ୟବସ୍ଥା ପାଇଁ ବାରମ୍ବାର ଘଟୁଛି ଅଘଟଣ। ଗତ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଜେଲ ଉପରେ ଚଢାଉ କରି ବ୍ରାଉନସୁଗାର ଓ ମଦ ଜବତ ହୋଇଥିଲା। ଆଉ ଗତ ମାସରେ ଜେଲର ସୁପରିଟଣ୍ଡେଣ୍ଟ ଗୋଟିଏ ମୋବାଇଲ ଫୋନ ଜଦତ କରି ଖୋର୍ଦ୍ଧା ପୁଲିସକୁ ହସ୍ତାନ୍ତର କରିବା ପରେ ଫୋନର ସିଡିଆର ଯାଞ୍ଚ କରି ୨୬୫ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହିତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ।

ମାର୍ଚ୍ଚ ୫ତାରିଖରେ ୪ଜଣ ଅଭିଯୁକ୍ତଙ୍କୁ ଜେଲରୁ ରିମାଇଣ୍ଡରେ ନେଇ ପଚରା ଉଚୁରା କରିବା ପରଦିନ ଜେଲରୁ ଆଉ ୯ଗୋଟି ମୋବାଇଲ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିଲା। ତେବେ ଏହି ଘଟଣା ପରେ ପୁଲିସକୁ ସୂଚନା ଦେଉଥିବା ସନ୍ଦେହ କରି ରବିବାର (ଗତକାଲି) ଜେଲ ଭିତରେ କଏଦୀଙ୍କ ଭିତରେ ମାରପିଟ ହୋଇଥିଲା। ସଂଘବଦ୍ଧ ଆକ୍ରମଣରେ ଜଣେ କଏଦୀ ଆହତ ହେବାପରେ ୭ ଜଣଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି।

Advertisment

ଜେଲ ଭିତରେ ମାରପିଟ ଘଟଣା ପରେ ଜେଲ ଭିତର ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଜିଲ୍ଲା କାରାଗାରରେ ମାତ୍ର ୧୪ଜଣ ଷ୍ଟାଫ ୩ ସିଫ୍ଟରେ କାମ କରିବା ଯଥେଷ୍ଟ ହେଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସୁପରିଟଣ୍ଡେଣ୍ଟ କୃଷ୍ଣଚନ୍ଦ୍ର ରାଉତ କହିଛନ୍ତି। ସେପଟେ ଜେଲରେ ମାରପିଟ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସଙ୍କ ସମେତ ଟାଉନ ଥାନା ଅଧିକାରୀ ଜେଲରେ ପହଞ୍ଚି ସମସ୍ତ ଅଭିଯୋଗ ଉପରେ ତଦନ୍ତ କରୁଛନ୍ତି। 

Khurda Jail