Advertisment

ପାଣି ଚାମ୍ବରରୁ ପିଏଚଡି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବଳରାମଙ୍କର କିପରି ମୃତ୍ୟୁ ଘଟିଲା କାରଣ ଅସ୍ପଷ୍ଟ ରହିଛି।

Deadbody

Deadbody

Advertisment

ପାଣି ଚାମ୍ବରରେ ପଡ଼ି ପିଏଚଡି ଠିକା କର୍ମଚାରୀଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଭୁବନେଶ୍ୱର CRP ଛକ ଠାରେ ଥିବା ଏକ ପାଣି ଚାମ୍ବରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ କର୍ମଚାରୀଙ୍କ ଜଣଙ୍କ ହେଲେ ବଳରାମ ଗୌଡ଼।

Advertisment

ଗତକାଲି ୪ଟା ସମୟରେ ବଳରାମ CRP ଛକ ଠାରେ ଥିବା ଏକ ପାଣି ଚାମ୍ବରକୁ କାମ କରିବା ପାଇଁ ଯାଇଥିଲେ। ବଳରାମ ସନ୍ଧ୍ୟାହେବାରୁ ଅଫିସକୁ ନ ଫେରିବାରୁ ଅନ୍ୟ କର୍ମଚାରୀମାନେ ତାଙ୍କ ଘରକୁ ଫୋନ କରିଥିଲେ। ବଳରାମ ଘରକୁ ଆସି ନଥିବା ପରିବାର ଲୋକେ କହିଥିଲେ। ପରେ କର୍ମଚାରୀମାନେ ଖୋଜାଖୋଜି କରିଥିଲେ। ପରେ ବଳରାମ ପାଣି ଚାମ୍ବରରେ ପଡ଼ିଥିବା ଦେଖିଥିଲେ। 

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବଳରାମଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସଂପର୍କରେ ବଳରାମଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ବଳରାମଙ୍କର କିପରି ମୃତ୍ୟୁ ଘଟିଲା କାରଣ ଅସ୍ପଷ୍ଟ ରହିଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। 

Advertisment

ପୁଲିସ ବଳରାମଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ବଳରାମଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Bhubaneswar Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe