ଜଙ୍ଗଲରେ ବାରହା ଶିକାର କରିବା ପାଇଁ ଚାଲିଥିଲା ପ୍ରସ୍ତୁତି। ଘଟଣାସ୍ଥଳରେ ପହଞ୍ଚି ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ମନମୁଣ୍ଡା ରେଞ୍ଜ ଅଧୀନ ଡମରଗାଡ଼ ଜଙ୍ଗଲରେ। ବନ ବିଭାଗ ୩ ଜଣ ଶିକାରୀଙ୍କୁ ଅଟକ ରଖିଛି।
ସୂଚନା ଅନୁସାରେ, ଗତକାଲି ରାତିରେ ଡମରଗାଡ଼ ଜଙ୍ଗଲରେ ଶିକାରୀମାନେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ପାଇଁ ପ୍ରସ୍ତୁତି କରୁଥିଲେ। ବନ ବିଭାଗ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ବନ ବିଭାଗ ଶିକାରୀଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ଶିକାରୀମାନେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଉ ଥିବା ବେଳେ ଘଟଣାରସ୍ଥଳରେ ପହଞ୍ଚି ଯାଇଥିଲା ବନ ବିଭାଗ ଟିମ୍। ୩ ଜଣ ଶିକାରୀଙ୍କୁ କାବୁ କରିଥିଲା।
Also Read
ଏହାସହ ବାରହା ଶିକାର ପାଇଁ ରଖା ଯାଇଥିବା ବିଦ୍ୟୁତ୍ ତାର ଓ ହାତ ତିଆରି ଦେଶୀ ବନ୍ଧୁକକୁ ବନ ବିଭାଗ କର୍ମଚାରୀ ମାନେ ଜବତ କରିଥିଲେ। ରୁ ୩ଜଣ ଶିକାରୀଙ୍କୁ ବନ ବିଭାଗ ଅଧିକାରୀମାନେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛନ୍ତି।ଏହି ଘଟଣାରେ ଆଉ କେଉଁ ସଂପୃକ୍ତ ଅଛନ୍ତି ତାର ଖୋଳତାଡ଼ କରୁଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଓଡ଼ିଶାରେ ଅନଲାଇନ୍ ଗେମ: ୩ ବର୍ଷରେ ୮ରୁ ଅଧିକ ଆତ୍ମହତ୍ୟା!
୨୦୨୩ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ ୩୫.୭ ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
୧୫ ମିନିଟ ଛଟପଟ ହେବା ପରେ ଆଖି ବୁଜିଥିଲେ ପୂର୍ବତନ ଡିଜିପି!
ଓମ ପ୍ରକାଶ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ପଲ୍ଲବୀ ପ୍ରଥମେ ତାଙ୍କ ବେକରେ ଭୁଷି ଦେଇଥିଲେ।

Crime
ରାକ୍ଷସକୁ ମାରି ଦେଲି: କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲେ ପତ୍ନୀ ପଲ୍ଲବୀ?
ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

Crime
ଅନଲାଇନ ଗେମ୍: କିଏ କୋଟିପତି, କିଏ କାଙ୍ଗାଳ!
2023ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ 35.7 ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର 33 ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ 1955ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍’
ପୁଲିସ୍ ହତ୍ୟା ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।