ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ ଅଭିଯୋଗ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନାଁ ନେଇ ଚାକିରୀ କରାଇ ଦେବା କହି ଠକେଇ ଅଭିଯୋଗ। ଏହି ଘଟଣାରେ ୨ ଜଣ ଯୁବକଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିଛି ପୁଲିସ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଚାକିରୀ କରାଇ ଦେବେ କହି ସେମାନଙ୍କଠୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
Also Read
ଅଟକ ଥିବା ଯୁବକମାନେ ବିଳାଇସାଥି ଗାଁର ବୁଦ୍ଧଦେବ ସାହୁ ଏବଂ ସାଲେପାଲି ଗାଁର ସୁଶୀଲ ରାଓ ବୋଲି ଜଣାପଡ଼ିଛି। ଅଭିଯୋଗ ପରେ ପୁଲିସ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଅଟକ ଥିବା ଦୁଇ ଜଣ ପୂର୍ବରୁ ମଧ୍ୟ ବିଭିନ୍ନ ନେତାଙ୍କ ନାଁ ନେଇ ଲୋକଙ୍କ ଠାରୁ ଅନେକ ଟଙ୍କା ଠକି ନେଇଥିବା ସୂଚନା ମିଳିଛି। ହେଲେ ଏଥର ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ କରିବା ସେମାନଙ୍କୁ ମହଙ୍ଗା ପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭୁବନେଶ୍ୱରରେ କୋଟିଏ ଟଙ୍କାର ଟେଣ୍ଡର ଫିସ୍କିଂ! ଗିରଫ ୩ଜଣଙ୍କୁ ରିମାଣ୍ଡରେ ନେଲା ସିବିଆଇ
ବ୍ରିଜ୍ ଆଣ୍ଡ୍ ରୁଫ୍ କଂପାନୀର ଓଡିଶା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଗତକାଲି ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍। ଖବର ପାଇ ମାଡ଼ି ବସିଥିଲା ସିବିଆଇ।
Crime
୨ କୋଟି ଟଙ୍କାର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ
ବାଲେଶ୍ୱର ଅରଡ଼ ବଜାରରୁ ୨ କେଜି ବ୍ରାଉନ୍ ସୁଗାର ଜବତ। ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ହୋଇଯାଇଥିବା ସୂଚନା।
Crime
ସିବିଆଇର ବଡ଼ ରେଡ୍: ୩ ଗିରଫ
ଗତକାଲି ଭୁବନେଶ୍ୱରର ମେ ଫେୟାର୍ ହୋଟେଲ ସାମ୍ନାରେ ଏଖ ମର୍ସିଡିଜ୍ କାରରୁ ପ୍ରାୟ କୋଟିଏ ଟଙ୍କା ଜବତ କରିଥିଲା ସିବିଆଇ।
Crime
ଭୁବନେଶ୍ୱରରେ CBI ରେଡ୍, କୋଟିଏରୁ ଅଧିକ ଟଙ୍କା ଜବତ
ଆଜି ରାତି ପ୍ରାୟ ୯ଟା ବେଳେ ନୟାପଲ୍ଲୀରେ ଏକ ହୋଟେଲ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ମର୍ସିଡ୍ଜ କାର୍ ଛିଡ଼ା ହୋଇଥିଲା। ଗାଡ଼ି ନମ୍ୱର OD-05-9999।