Advertisment

ମଣ୍ଡିରେ ଅନିୟମିତତା: ୨ ଅଧିକାରୀ ନିଲମ୍ବିତ

ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ୱରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା।

Mohan and Shishir

Mohan and Shishira

Advertisment

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଧାନ ମଣ୍ଡିରେ ଅନିୟମିତତା ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ମଣ୍ଡି ଦାୟିତ୍ୱରେ ଥିବା ଦୁଇ ଜଣ କର୍ମଚାରୀଙ୍କୁ ଜିଲ୍ଲାପାଳ ଆଜି ନିଲମ୍ବନ କରିଛନ୍ତି। ନିଲମ୍ବିତ ଦୁଇ କର୍ମଚାରୀ ହେଉଛନ୍ତି, ମଣ୍ଡି ନୋଡାଲ ଅଫିସର ମୋହନ କୁମାର ଜେନା ଓ ମଣ୍ଡି ପ୍ୟାକ୍ସ ଅଫିସର ଶିଶିର କୁମାର ପଣ୍ଡା।

Advertisment

ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ୱରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା। ଏହି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେବା ସହ ଚାଷୀଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ୪ ଦିନ ତଳେ ଟୋକନକୁ ନେଇ ଗଣ୍ଡଗୋଳ ହେବା ସହ ଚାଷୀ ଓ ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାର ସମୀକ୍ଷା କରି ଜଗତସିଂହପୁର ଜିଲାପାଳ ଆଜି ଏହି ଦୁଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାଛଗାଁ ଧାନ ମଣ୍ଡିରେ କାର୍ଯ୍ୟାନୁଷ୍ଠାନ ପରେ ଜିଲ୍ଲାର ଅନ୍ୟ ମଣ୍ଡି ଗୁଡ଼ିକରେ ନିୟୋଜିତ କର୍ମଚାରୀ ମାନେ ଭୟଭୀତ ହୋଇ ପଡ଼ିଥିବା କୁହାଯାଉଛି। ତେବେ ଅନ୍ୟ ମଣ୍ଡିରେ ଅବ୍ୟବସ୍ଥା ଥିଲେ ତାହା ସୁଧୁରିବ ନା ନାହିଁ ତାହା ଆଗାମୀ ଦିନଗୁଡ଼ିକରେ ଜଣାପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe