ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ମୃତ ବିଚାରାଧୀନ କଏଦୀଙ୍କୁ ୨୧ ବର୍ଷ ହୋଇଥିଲା।

ବାରିପଦା ଜେଲ୍‌

  • Published: Monday, 01 January 2024
  • , Updated: 01 January 2024, 11:41 AM IST

ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ କଏଦୀଙ୍କ ନାଁ ରବି ସିଂ। ତାଙ୍କୁ ୨୧ ବର୍ଷ ହୋଇଥିଲା।

ରବିଙ୍କ ଘର ବାରିପଦା ସଦର ଥାନା ଅନ୍ତର୍ଗତ ମହୁଲିଆ ଗାଁରେ। ସେ ଗତ ୨୦ ତାରିଖରେ ଗିରଫ ହୋଇ ବାରିପଦା ମଣ୍ଡଳ କାରାଗାରକୁ ଆସିଥିଲେ। ବେଆଇନ ମଦ କାରବାର ମାମଲାରେ ସେ ଗିରଫ ହୋଇଥିଲେ।

ଗତକାଲି ସନ୍ଧ୍ୟାରେ ରବି ଜେଲ୍‌ରେ ଲୁହା ରେଲିଂ କବାଟରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କର ମୃତ ଘୋଷଣା କରିଥିଲେ।

ଜେଲ୍ କର୍ତ୍ତୃପକ୍ଷଙ୍କ କହିବା ମୁତାବକ ରବି ସିଂ ଜେଲ୍‌ ଆସିବା ଦିନଠାରୁ ଚିନ୍ତିତ ରହୁଥିଲେ। ଏନେଇ ତାଙ୍କର ଚିକିତ୍ସା ମଧ୍ୟ କରାଯାଉଥିଲା।

ବାରିପଦାରୁ ମାନିକ୍ ଲାଲ୍ ପାଣିଙ୍କ ରିପୋର୍ଟ

Related story