Advertisment

ଲାଞ୍ଚ ନେଉଥିଲେ ଡାକ୍ତର, ମାଡ଼ି ବସିଲା ଭିଜିଲାନ୍ସ

ଯୋଜନା ମୁତାବକ ଲକ୍ଷ୍ମଣ ତ୍ରିପାଠୀ ଲାଞ୍ଚ ବାବଦକ ଛିଡ଼ିଥିବା ୫୫୦୦ ଟଙ୍କା ଆଜି ଡାକ୍ତର କରଙ୍କୁ ଦେଉଥିଲେ। ଠିକ୍‌ ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ।

author-image
Manoranjan Sial
Doctor

Doctor

ମୋତିଆବିନ୍ଦୁ ଅପରେସନ୍‌ ପାଇଁ ଲାଞ୍ଚ ନେଉଥିଲେ ଚକ୍ଷୁ ଡାକ୍ତର। ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଏପରି ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଭିଜିଲାନ୍ସ ଟିମ୍‌ ଡାକ୍ତରଙ୍କୁ ଅଟକ ରଖି ଘନ ଘନ ଜେରା କରୁଛି। ଲାଞ୍ଚୁଆ ଡାକ୍ତର ହେଲେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର।

Advertisment

ଉଲୁଣ୍ଡା ବ୍ଲକ୍‌ ଜାଲୋଏ ଗାଁର ଲକ୍ଷ୍ମଣ ତ୍ରିପାଠୀଙ୍କ ଆଖିକୁ ଠିକ୍‌ରେ ଦେଖାଯାଉନଥିଲେ। ତେଣୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଚେକ୍‌ଅପ୍‌ ପରେ ମୋତିଆବିନ୍ଦୁ ହୋଇଥିବା ଡାକ୍ତର କହିଥିଲେ। ଏଥିପାଇଁ ଅପରେସନ୍‌ କରିବାକୁ ପଡ଼ିବ। ଅପରେସନ୍‌ ପାଇଁ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ହେଲେ ନିଜର ଅସହାୟତା ପ୍ରକାଶ କରିଥିଲେ ଲକ୍ଷ୍ମଣ। ତଥାପି ଡାକ୍ତର କର କିଛି ଶୁଣିନଥିବା ଅଭିଯୋଗ ହୋଇଥିଲା।

ଏନେଇ ଲକ୍ଷ୍ମଣ ସୋନପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଲକ୍ଷ୍ମଣ ତ୍ରିପାଠୀ ଲାଞ୍ଚ ବାବଦକ ଛିଡ଼ିଥିବା ୫୫୦୦ ଟଙ୍କା ଆଜି ଡାକ୍ତର କରଙ୍କୁ ଦେଉଥିଲେ। ଠିକ୍‌ ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଏପରିକି ତାଙ୍କଠାରୁ ରଙ୍ଗ ବୋଳା ଲାଞ୍ଚ ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ଅଧିକାରୀମାନେ ଡାକ୍ତର ସଂଜୀବ କୁମାର କରଙ୍କୁ ସୋନପୁର ଗ୍ରୀଡ୍‌ କଲୋନୀସ୍ଥିତ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

Advertisment

ଭିଜିଲାନ୍ସ ଟିମ୍‌ ବର୍ତ୍ତମାନ ଡାକ୍ତରଙ୍କ ନିଜସ୍ୱ ଘର ବଲାଙ୍ଗିର ସ୍ଥିତ ସୁଦପଡା ଓ ସୋନପୁରସ୍ଥିତ ସରକାରୀ ବାସଭବନ ଏବଂ କାର୍ଯ୍ୟାଖୟରେ ଏକ ସାଙ୍ଗ ଚଢଉ କରାଯାଉଛି।

ରିପୋର୍ଟ-ସୋନପୁରରୁ ରବୀନ୍ଦ୍ର ହୋତା

Vigilance Raid Subarnpur