ଭିଜିଲାନ୍ସ ଜାଲରେ ପଞ୍ଚାୟତରାଜ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ୍ ସେକ୍ରେଟାରୀ ରମେଶ ଚରଣ ଜେନାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।
ରମେଶଙ୍କ ଭୁବନେଶ୍ୱର କଳିଙ୍ଗନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୋଠପାଟଣା ଥିବା ୩ମହଲା ବିଶିଷ୍ଟ କୋଠା, ପୁରୀ ଖୁଣ୍ଟିଆ ବାଣପୁରରେ ଥିବା ପୈତୃକ ଘର, ୟୁନିଟ ୨ରେ ଥିବା ସରକାରୀ କ୍ୱାର୍ଟର୍ସ, ଖୋର୍ଦ୍ଧା ଟାଙ୍ଗିରେ ଥିବା ସମ୍ପର୍କୀୟ ଘର ଓ ଅଫିସ୍ ଚାମ୍ବରର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉରେ ୮ ଜଣ ଡିଏସିପି, ୩ଜଣ ଇନ୍ସପେକ୍ଟର,୧୦ ଜଣ ଏଏସ୍ଆଇ ସମେତ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି ।
Also Read
ରମେଶ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପଶ୍ଚିମବଙ୍ଗରୁ ଆଳୁ ଆସୁନି! କିନ୍ତୁ ଆସୁଛି ଚୋରା ମହୁଲ
ପଶ୍ଚିମବଙ୍ଗରୁ ଏକ ମହୁଲ ବୋଝେଇ ପିକ୍ଅପ୍ ଭ୍ୟାନ୍ ବେଆଇନ୍ ଭାବେ ଓଡ଼ିଶା ଭିତରେ ପ୍ରବେଶ କରୁଥିଲା। ମୟୂରଭଞ୍ଜ ଜିଲ୍ଲା ଅବକାରୀ ୟୁନିଟ୍ ଉକ୍ତ ମହୁଲ ବୋଝେଇ ଭ୍ୟାନ୍ଟିକୁ ପିଛା କରିଥିଲା।
Crime
ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଓ ଲକ୍ଷେ ପାଞ୍ଚ ହଜାର ଟଙ୍କା ଜରିମାନା
ପୀଡ଼ିତାଙ୍କ ବଡ଼ ଭଉଣୀ ଏନେଇ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଧନେଶ୍ୱର କହଁରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ୍।
Crime
ରେଲୱେ ଷ୍ଟେସନରୁ ୬୦ କେଜି ରୁପା ଜବତ; ଜଣେ ଅଟକ
ରାଉରକେଲାରୁ ରାଞ୍ଚି ଏତେ ପରିମାଣର ରୁପା ଯାଉଥିଲା ବୋଲି ସୂଚନା ମଳିଛି।
Crime
ଗାଈମାରି ବାଛନ୍ଦ ହେଲେ, ଫାଇନ ଦେଇ ଶୁଦ୍ଧି ହେଲେ, ମାମଲା ଥାନାରେ
ଏ ସଂପର୍କରେ ବଲାଙ୍ଗିର ସଦର ପୁଲିସ ଖବର ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।